ଏଣିକି ଦିଲ୍ଲୀରେ ମାଗଣା ବିଜୁଳି

ଏଣିକି ଦିଲ୍ଲୀରେ ମାଗଣା ବିଜୁଳି

ଏଣିକି ଦିଲ୍ଲୀରେ ମାଗଣା ବିଜୁଳି
ନୂଆଦିଲ୍ଲୀ: ଏଣିକି ଦିଲ୍ଲୀରେ ମାଗଣା ବିଜୁଳି । ଦିଲ୍ଲୀବାସୀଙ୍କୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ନୂଆ ଭେଟି ଦେଇଛନ୍ତି । ୨୦୦ ୟୁନିଟ ଯାଏ ଉପଭୋକ୍ତାଙ୍କୁ ମାଗଣା ବିଜୁଳି ଯୋଗାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ୨୦୧ରୁ ୪୦୦ ୟୁନିଟ ଯାଏ ୫୦ ପ୍ରତିଶତ ସବସିଡିରେ ବିଜୁଳି ମିଳିବ ବୋଲି ଜଣାଯାଇଛି । ପ୍ରକାଶ ଯେ, ୨୦୦ ୟୁନିଟ ପାଇଁ ଉପଭୋକ୍ତାମାନେ ପୂର୍ବରୁ ୬୨୨ ଟଙ୍କା ଦେଉଥିବାବେଳେ ଏବେ ସମ୍ପୂର୍ଣ୍ଣ ମାଗଣା । ସେହିପରି ୨୫୦ ୟୁନିଟ ପାଇଁ ପୂର୍ବରୁ ୮୦୦ ଟଙ୍କା ଦେଉଥିବାବେଳେ ଏବେ ୨୫୨ ଦେବାକୁ ପଡ଼ିବ । ୩୦୦ ୟୁନିଟ ପାଇଁ ୯୭୧ ଦେବାକୁ ପଡ଼ୁଥିବାବେଳେ ଏବେ ୫୨୬ ଟଙ୍କା ଦେବାକୁ ପଡ଼ିବ । ୪୦୦ ୟୁନିଟ ପାଇଁ ୧୩୨୦ ଟଙ୍କା ଦେଉଥିବାବେଳେ ଏବେ ୧୦୭୫ ଟଙ୍କା ଦେବାକୁ ପଡ଼ିବ ।