ଲୋକସଭାରେ ଶାସକ-ବିରୋଧୀ ମୁହାଁମୁହିଁ

ଲୋକସଭାରେ ଶାସକ-ବିରୋଧୀ ମୁହାଁମୁହିଁ

ଲୋକସଭାରେ ଶାସକ-ବିରୋଧୀ ମୁହାଁମୁହିଁ
ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ଘଟଣାକୁ ନେଇ ଲୋକସଭାରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି । ଉଭୟ ଶାସକ ଓ ବିରୋଧୀ ଦଳ ସାଂସଦ ମୁହାଁମୁହିଁ ହୋଇଛନ୍ତି । ଏପରିକି ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି । ଏହିଭଳି ପରିସ୍ଥିତିରେ ବିଜେପି ସାଂସଦ ସଙ୍ଗୀତା ସିଂହଦେଓଙ୍କୁ ମାଡ଼ ମରାଯାଇଛି । କଂଗ୍ରେସର ଦୁଇ ଜଣ ମହିଳା ସାଂସଦ ତାଙ୍କୁ ଆକ୍ରମଣ କରିଥିବା ବାଚସ୍ପତିଙ୍କ ନିକଟରେ ସେ ଅଭିଯୋଗ କରିଛନ୍ତି । ସାଂସଦ ଶ୍ରୀମତୀ ସିଂହଦେଓ ଅଭିଯୋଗ କରିଛନ୍ତି ଯେ କଂଗ୍ରେସର ଦୁଇ ମହିଳା ସାଂସଦ ରାମ୍ୟା ହରିଦାସ ଓ ଜ୍ୟୋତିମଣି ତାଙ୍କୁ ଆକ୍ରମଣ କରିଛନ୍ତି । ବିରୋଧୀ ସାଂସଦମାନେ ବାଚସ୍ପତି ଓମ ବିର୍ଲାଙ୍କୁ ଗୃହରେ କାର୍ଯ୍ୟ କରାଇ ନ ଦେବାକୁ ବାରମ୍ବାର ବାଧା ସୃଷ୍ଟି କରୁଥିଲେ । ଏହି ସମୟରେ ଦୁଇ ମହିଳା ସାଂସଦ ତାଙ୍କ ଆକ୍ରମଣ କରିଥିଲେ । ତାଙ୍କର ହାତକୁ ଧରି ଆମ୍ପୁଡ଼ିବା ସହିତ ଛାତିକୁ କହୁଣିରେ ମାଡ଼ ମାରି ଆଘାତ କରିଥିଲେ । କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ତାଙ୍କୁ ଏହି ଆକ୍ରମଣରୁ ରକ୍ଷା କରିଥିଲେ । ଏହି ଘଟଣା ପରେ ସିଜିଏଚଏସ ଡିସ୍ପେନ୍ସାରିରୁ ଯାଇ ଚିକିତ୍ସା କରାଇଥିଲେ । ମେଡିକାଲ ରିପୋର୍ଟ ସହିତ ବାଚସ୍ପତିଙ୍କୁ ଏ ସମ୍ପର୍କରେ ଚିଠି ଲେଖି ସମ୍ପୃକ୍ତ ସାଂସଦଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି ବୋଲି ଶ୍ରୀମତୀ ସିଂହଦେଓ ସୂଚନା ଦେଇଛନ୍ତି ।