ଜଙ୍ଗଲରୁ ଆରମ୍ଭ ସହରରେ ଶେଷ ।
ଜଙ୍ଗଲରୁ ଆରମ୍ଭ ସହରରେ ଶେଷ ।
admin
Mar 4, 2020 - 06:32
Updated: Mar 4, 2020 - 06:32
ମାଲକାନଗିରି:ପ୍ରେମ, କାହାକୁ କେତେ ବେଳେ କେଉଁଠି ବି ହୋଇପାରେ । ଦୁଇ ମାଓବାଦୀଙ୍କ ପ୍ରେମ କାହାଣୀ ଏବେ ମାଲକାନଗିରି ଅଞ୍ଚଳରେ ବହୁ ଚର୍ଚ୍ଚିତ । ଜଙ୍ଗଲରେ ମାଓ ସଂଗଠନରେ କାମ କରିବା ବେଳେ ଦୁହେଁ ପ୍ରେମ କରି ବସିଲେ । ଜଣେ ହେଉଛନ୍ତି ଛତିଶଗଡ଼ର କଟେକଲ୍ୟାଣ ଏରିଆ କମିଟିର ଏସିଏମ ପଦରେ ଥିବା ନକ୍ସଲ ମାଡ଼ା ମାଡ଼କାମୀ ଏବଂ ଅନ୍ୟ ଜଣେ ଓଡ଼ିଶାର ମହୁପଦର ଏଲଓସି ସଦସ୍ୟା କୁମାରୀ କୁହରାନୀ ଆଇଡେ । ଜଙ୍ଗଲରେ ପ୍ରେମ କେବେ ମଧ୍ୟ ସଫଳ ହୋଇପାରିବ ନାହିଁ । ଏପରିକି ସଂଗଠନରେ ଏହା ପ୍ରଘଟ ହେଲେ ଉଭୟଙ୍କୁ ଦଣ୍ଡର ଆଶଙ୍କା ମଧ୍ୟ ରହିଥିଲା । ଅତଏବ ମାଧ ସଂଗଠନ ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ନିଷ୍ପତ୍ତି ନେଇଥିଲେ । କଟେକଲ୍ୟାଣ ପୁଲିସ ନିକଟରେ ମାଡ଼ା ଆଡକାମୀ ଆତ୍ମ ସମର୍ପଣ କରିବା ପରେ ସୁକମାର ଡୋଙ୍ଗପାଲ ପୁଲିସ ନିକଟରେ କୁହରାନୀ ଆତ୍ମସମର୍ପଣ କରିଥିଲେ । ପୁଲିସ ଏମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରି ସମସ୍ତ ସୁବିଧା ପ୍ରଦାନ କରିବା ସହ ଏମାନଙ୍କର ଖୁସିକୁ ଦ୍ୱିଗୁଣିତ କରିଥିଲା । ଦୁହିଁଙ୍କ ବିବାହ ଉତ୍ସବ ଦନ୍ତେୱାଡା ଠାରେ ମହାଆଡ଼ମ୍ବରରେ ସମ୍ପନ୍ନ କରାଇଥିଲେ । ମାଡା ମାଡକାମୀଙ୍କ ନାମରେ ପାଞ୍ଚ ଲକ୍ଷ ଟଙ୍କା ପୁରସ୍କାର ରାଶି ରହିଥିବା ବେଳେ କୁହରାନୀ ନାମରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା । ଦୁହେଁ ସଂଗଠନର ଦୁର୍ଦ୍ଦାନ୍ତ ମାଓବାଦୀ ଥିବା ବେଳେ ବହୁ ହିଂସାକାଣ୍ଡରେ ଜଡ଼ିତ ଥିବା ପୁଲିସ କହିଛନ୍ତି । ସମାଜର ମୁଖ୍ୟସ୍ରୋତକୁ ଫେରିବା ପାଇଁ ଉଭୟଙ୍କୁ ପୁଲିସ ଓ ପ୍ରଶାସନ ସହଯୋଗ କରିଥିଲା । ଅବଶିଷ୍ଟ ଜୀବନ ସୁଖରେ କାଟିବା ପାଇଁ ଦୁହିଁଙ୍କୁ ଆର୍ଥିକ ସହାୟତା ଓ ଜାଗା ଯୋଗାଇ ଦିଆଯାଇଛି ।