୨୫ରେ ନୂଆ ଅଧ୍ୟାପକଙ୍କୁ ଦିଗ୍ଦର୍ଶନ ଦେବେ ମୁଖ୍ୟମନ୍ତ୍ରୀ

୨୫ରେ ନୂଆ ଅଧ୍ୟାପକଙ୍କୁ ଦିଗ୍ଦର୍ଶନ ଦେବେ ମୁଖ୍ୟମନ୍ତ୍ରୀ

୨୫ରେ ନୂଆ ଅଧ୍ୟାପକଙ୍କୁ ଦିଗ୍ଦର୍ଶନ ଦେବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଅନୁଦାନପ୍ରାପ୍ତ ବେସରକାରୀ ମହିଳା ମହାବିଦ୍ୟାଳୟ ଗୁଡ଼ିକୁ ମିଳିବ ୨୯୯ ନୂଆ ଅଧ୍ୟାପକ । ୯ଟି ବିଭାଗରେ ୨୯୯ ପଦବି ପୂରଣ ପାଇଁ ଚୟନ ପ୍ରକି୍ରୟା ସରିଥିବା ବେଳେ ସେମାନଙ୍କୁ ବିଭିନ୍ନ ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟରେ ନିଯୁକ୍ତି ଦିଆଯିବ । ଆସନ୍ତା ୨୫ ତାରିଖରେ ଏହି ନୂଆ ଅଧ୍ୟାପକଙ୍କୁ ଦିଗ୍ଦର୍ଶନ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରପକ୍ଷେ ଆଗାମୀ ଦିନରେ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଅନୁଦାନ ପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟ ଗୁଡ଼ିକରେ ଖାଲି ପଡ଼ିଥିବା ୮୩୩ ପଦବୀ ପୂରଣ ହେବ । ରାଜ୍ୟ ସିଲେକ୍ସନ ବୋର୍ଡ (ଏସଏସବି) ଦ୍ୱାରା ପଦବି ଗୁଡ଼ିକୁ ପୂରଣ କରାଯିବ । ଆସନ୍ତା ୨୫ ତାରିଖ ସକାଳ ୧୦ଟାରେ ଅନୁଷ୍ଠିତ ହେବାକୁ ଥିବା ଏହି ଦିଗଦର୍ଶନ କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷାମନ୍ତ୍ରୀ ଡ.ଅରୁଣ କୁମାର ସାହୁ ସଭାପତିତ୍ୱ କରିବେ । ନବନିଯୁକ୍ତ ଅଧ୍ୟାପକମାନଙ୍କ ମଧ୍ୟରୁ ନୃତତ୍ୱ ବିଭାଗର ୨ ଜଣ, ଉଦ୍ଭିଦ ବିଜ୍ଞାନର ୩୩ ଜଣ, ବାଣିଜ୍ୟର ୩୬ ଜଣ, ରସାୟନ ବିଭାଗର ୫୪ ଜଣ, ଅର୍ଥଶାସ୍ତ୍ରର ୭୦ ଜଣ, ଭୂତତ୍ତ୍ୱର ଜଣେ, ଭୂଗୋଳର ୨ ଜଣ, ରାଜନୀତି ବିଜ୍ଞାର ୬୨ ଜଣ, ତର୍କ ଓ ଦର୍ଶନ ଶାସ୍ତ୍ରର ୩୪ ଜଣ ଏହି ଦିଗ ଏହି ଦିଗଦର୍ଶନ କାର୍ଯ୍ୟକ୍ରମରେ ଯୋଗ ଦେବେ ।