ଇଏସଆଇ ହସ୍ପିଟାଲରେ ସାଂଘାତିକ ତ୍ରୁଟି : ରୋଗ ନଥାଇ ଅପରେସନ୍
ଇଏସଆଇ ହସ୍ପିଟାଲରେ ସାଂଘାତିକ ତ୍ରୁଟି : ରୋଗ ନଥାଇ ଅପରେସନ୍
admin
Oct 24, 2019 - 11:09
Updated: Oct 24, 2019 - 11:09
ଭୁବନେଶ୍ୱର : ରୋଗୀଙ୍କୁ ଆପେଣ୍ଡିସ ଅଛି କି ନାହିଁ ଡାକ୍ତର ନିଶ୍ଚିତ ନାହାନ୍ତି । ରିପୋର୍ଟରେ ଏ ନେଇ ସେମିତି କିଛି ସ୍ପଷ୍ଟ ଭାବେ ଜଣାପଡ଼ୁନଥିଲା । ତଥାପି ଡାକ୍ତର ପେଟ କାଟିଦେଲେ, ଖୋଜିଲା ବେଳକୁ ଆପେଣ୍ଡିସ୍ନାହିଁ । ଏମିତି ସାଂଘାତିକ ଅଭିଯୋଗ ଆସିଛି ଭୁବନେଶ୍ୱର ଇଏସଆଇ ହସ୍ପିଟାଲ ଡାକ୍ତରଙ୍କ ନାମରେ । ଘଟଣାକୁ ନେଇ ରୋଗୀଙ୍କ ପରିବାର ଲୋକେ ହସ୍ପିଟାଲରେ ହୋ ହଲ୍ଲା କରିଛନ୍ତି ।
ରୋଗୀଙ୍କ ସ୍ୱାମୀ ସମୀର କୁମାର ସାହୁଙ୍କ ଅଭିଯୋଗ ମୁତାବକ, ଜଗତସିଂହପୁର ଜିଲ୍ଲା ଅଳସୁଧାର ଘର । ସ୍ତ୍ରୀ ପୁଷ୍ପଲତାଙ୍କ ପେଟରେ ଯନ୍ତ୍ରଣା ହେବାରୁ ସେ କଟକର ଏକ ଘରୋଇ ନର୍ସିଂ ହୋମକୁ ଆସିଥିଲେ । ଡାକ୍ତର ତାଙ୍କୁ ଅଲଟ୍ରାସାଉଣ୍ଡ ଓ ଏଣ୍ଡୋସ୍କୋପି ପାଇଁ ପରାମର୍ଶ ଦେଇଥିଲେ । ଅଲଟ୍ରା ସାଉଣ୍ଡ ରିପୋର୍ଟରେ ରୋଗୀଙ୍କ ପେଟରେ ଆପେଣ୍ଡିସ ଥିବାର କୌଣସି ପ୍ରମାଣ ମିଳିନଥିଲା । ତେବେ ଏଣ୍ଡୋସ୍କୋପିକ ପରେ ତାଙ୍କର ଅଲସୋର୍ଟ ଥିବାର ସ୍ପଷ୍ଟ ହୋଇଥିଲା । ଡାକ୍ତର ଅଧିକ ଜାଣିବାକୁ ସିଟିସ୍କାନ କରିବାକୁ ପରାମର୍ଶ ଦେଇଥିଲେ । ଇଏସ୍ଆଇ ହସ୍ପିଟାଲ ଡୁ୍ୟଟିରେ ଥିବା ଡାକ୍ତର ପୁଷ୍ପଲତା ଅଲ୍ଟ୍ରାସାଉଣ୍ଡ୍ ରିପୋର୍ଟରେ ଆପେଣ୍ଡିସ୍ ଥିବାର କହି ତୁରନ୍ତ ଅପରେସନ୍ କରିବାକୁ କହିଥିଲେ । ସିଟିସ୍କାନ୍ ପାଇଁ କହିଲେ ମଧ୍ୟ ଡାକ୍ତର ତାଙ୍କ କଥାକୁ ଶୁଣିନଥିଲେ ।
ଇଏସ୍ଆଇ କାର୍ଡରେ ଅପରେସନ୍ ପାଇଁ ୭ ତାରିଖରେ କରିବାକୁ ଧାର୍ଯ୍ୟ କରିଥିଲେ । ତେବେ ଚିକେନ୍ ଫକ୍ସ ହୋଇଯିବାରୁ ଡାକ୍ତର ତାରିଖ ଘୁଞ୍ଚାଇଥିଲେ । ୨୨ ତାରିଖରେ ଡାକ୍ତର ଅବପରେସନ୍ କରିବାକୁ ନୂଆ ତାରିଖ ଧାର୍ଯ୍ୟ କରିବା ସହ ଅପରେସନ ଆରମ୍ଭ କରିଥିଲେ । ଓଟି ଭିତରକୁ ମହିଳା ଜଣଙ୍କୁ ୧୦ ଟା ୫୦ ରେ ନିଆଯାଇଥିବା ବେଳେ ୧୧ ଟା ୩୦ ମିନିଟରେ ଡାକ୍ତର ପୁଷ୍ପଲତାଙ୍କ ସ୍ୱାମୀ ସମୀରଙ୍କୁ ଅଲଟ୍ରାସାଉଣ୍ଡ ରିପୋର୍ଟ ନେଇ ଆସିବାକୁ ଡାକିଥିଲେ । ରିପୋର୍ଟ ଠିକ୍ ଭାବେ ଦେଖିବା ବେଳକୁ କହିଲେ ଆପେଣ୍ଡିସ ନାହିଁ । ଏହା ଶୁଣିବା ପରେ ମହିଳା ସ୍ୱାମୀ ହୋ ହଲ୍ଲା କରିଥିଲେ । ଆଜି ଏ ସମ୍ପର୍କରେ ଇଏସଆଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ ପରେ କହିଛନ୍ତି, ଏ ନେଇ ତଦନ୍ତ ପରେ ସବୁ ସ୍ପଷ୍ଟ ହୋଇଯିବ ।