ଶ୍ରମିକ ମାନଙ୍କ ହକ୍ ପାଇଁ ସଂଗ୍ରାମ ଜାରୀ ରହିବ- ଘନଶ୍ୟାମ ଜେନା

ଶ୍ରମିକ ମାନଙ୍କ ହକ୍ ପାଇଁ ସଂଗ୍ରାମ ଜାରୀ ରହିବ- ଘନଶ୍ୟାମ ଜେନା

ଶ୍ରମିକ ମାନଙ୍କ ହକ୍ ପାଇଁ ସଂଗ୍ରାମ ଜାରୀ ରହିବ- ଘନଶ୍ୟାମ ଜେନା
ପାରାଦ୍ୱୀପ : ଲକ୍ଷ୍ମୀନାରାୟଣ ସାହୁ: ଶ୍ରୀମକ ମାନେ ନାର୍ଯ୍ୟାତିତ । ଦିର୍ଘ ଦଶନ୍ଧି ଧରୀ ଶୋଷଣର ଶିକାର ହୋଇଛନ୍ତି । ଉଚିତ୍ ମୁଲ୍ୟ ପାଇବାରେ ବ୍ୟତିକ୍ରମ ଦେଖାଯାଇଛି । ଏଥର ଯଦି ସରକାର ଶ୍ରମିକ ମାନଙ୍କ ହକ ଦେବାରେ ଟାଳଟୁଳ ନିତି ଅବଲମ୍ବନ କରିବେ ତେବେ ସଂଗ୍ରାମ ଆରମ୍ଭ ହେବ । ରାସ୍ତାଘାଟରେ ଲଢେଇ ହେବ । ଏଭଳି ଚରମ ଚେତାବନୀ ଶୁଣାଛନ୍ତି ସର୍ବଭାରତୀୟ ଶ୍ରମୀକନେତା ଶ୍ରୀଯୁକ୍ତ ଘନଶ୍ୟାମ ଜୋନ, ଗକାଲି ବନ୍ଦର ନଗରୀ ପାରାଦ୍ୱୀପର ଜୟଦେବ ସଦନ ପଡିଆରେ ଆୟୋଜିତ ଏକ ବିଶାଳ ଶ୍ରମୀକ ସମାବେଶକୁ ଉଦ୍ବୋଧନ ଦେଇ ଶ୍ରୀଯୁକ୍ତ ଜେନା ଏହା ପ୍ରକାଶ କରିଥିବା ବେଳେ ଏହି ସମାବେଶରେ ଓଡିଶା ସରକାରଙ୍କର ଖାଦ୍ୟଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଜଗତସିଂହପୁର ସାଂସଦ ଡଃ ରାଜଶ୍ରୀ ମଲ୍ଲୀକ, ପାରାଦ୍ୱୀପ ବିଧାୟକ ସମ୍ବିତ ରାଉତରାଏ, କୌସ୍ତୁଭ ଇନଷ୍ଟିଚ୍ୟୁଟର ଅଧ୍ୟକ୍ଷ୍ୟ ଶ୍ରୀଯୁକ୍ତ ପ୍ରଭାତ ମଲ୍ଲିକ, ଏଫ୍ସିଆଇ ୟୁନିୟର ଅତିରିକ୍ତ ସାଧାରଣ ସମ୍ପାଦକ ତନ୍ମୟ ଜେନା, ପାରାଦ୍ୱୀପ ପୋର୍ଟ ଆଣ୍ଡ ଡକ୍ ମଜଦୂର ୟୁନିୟନର ସାଧାରଣ ସମ୍ପାଦକ, ସନାତନ ବେହେରା, ରବିନ୍ଦ୍ର ନାୟକ ଓ ଏଫ୍ସିଆଇ ୟୁନିୟନର ଉପସଭାପତି ଆରଏନ୍ ଦାସ ପ୍ରମୁଖ ଯୋଗଦେଇଥିଲେ । ଓଡିଶାର କୋଣ ଅନୁକୋଣ ସୁଦୂର କଳାହାଣ୍ଡି, ଟିଟିଲାଗଡ, ବାଲେଶ୍ୱର, ମୟୁରଭଞ୍ଜ, କୋରାପୁଟ ଅଞ୍ଚଳରୁ ମଧ୍ୟ ଶ୍ରୀମକମାନେ ଏହି ସମାବେଶରେ ଆସିଯୋଗ ଦେଇଥିଲେ । ଶ୍ରୀମକ ମାନଙ୍କ ସ୍ଥାୟୀ ନିଯୁକ୍ତି ଇ.ପି.ଏଫ୍, ଇଏସ୍.ଆଇ ପ୍ରଭୃତି ହକ୍ ପାଇଁ ପ୍ରଶାସନ ଦୃଷ୍ଟି ଦେବାକୁ ଉପସ୍ଥିତ ଜନପ୍ରତିନିଧିଙ୍କ ଜରୀଆରେ ଶ୍ରୀଯୁକ୍ତ ଘନଶ୍ୟାମ ଜେନା ନିଜର ଦାବୀ ଉପସ୍ଥାପିତ କରିଥିଲେ ।