ସଂଭାବନା ପ୍ରତିଷ୍ଠା ଦିବସ ଓ ଶରତ ଭଦ୍ରଙ୍କର ଜୟନ୍ତୀ ଅନୁଷ୍ଠିତ

ସଂଭାବନା ପ୍ରତିଷ୍ଠା ଦିବସ ଓ ଶରତ ଭଦ୍ରଙ୍କର ଜୟନ୍ତୀ ଅନୁଷ୍ଠିତ

ସଂଭାବନା ପ୍ରତିଷ୍ଠା ଦିବସ ଓ ଶରତ ଭଦ୍ରଙ୍କର ଜୟନ୍ତୀ ଅନୁଷ୍ଠିତ
ଭୁବନେଶ୍ୱର ତା ୮/୭-ସଂଭାବନା ଟ୍ରଷ୍ଟର ପ୍ରତିଷ୍ଠା ଦିବସ ଓ ସଂଭାବନା ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ରଙ୍କର ଜୟନ୍ତୀ ଉତ୍ସବ ବହୁ ମାନ୍ୟଗଣ୍ୟ ଅତିଥି ଓ ଶୁଭେଚ୍ଛୁଙ୍କ ଗହଣରେ ଅନୁଷ୍ଠିତ ହୋଇଯାଇଛି । ସଂଭାବନାର ସଂପାଦକ ଦେବ ପ୍ରସାଦ ପରିଜାଙ୍କର ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ପ୍ରାକ୍ତନ ମନ୍ତ୍ରୀ ବିଶ୍ୱ ଭୂଷଣ ହରିଚନ୍ଦନ,ପ୍ରାକ୍ତନ କେନ୍ଦ୍ର ମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ,ପ୍ରଖ୍ୟାତ ସଂଗୀତ ଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ,ଅଭିନେତା ଓ ନିର୍ଦ୍ଦେଶକ ଅଜିତ ଦାସ,ପ୍ରଖ୍ୟାତ ସାହିତ୍ୟିକ ଓ ସ୍ତମ୍ଭକାର ଦାଶ ବେନହୁ. ଭୁବନେଶ୍ୱର(ମଧ୍ୟ)ର ବିଧାୟକ ଅନନ୍ତ ନାରାୟଣ ଜେନା ଓ ୨୦୧୯ର ଶ୍ରେଷ୍ଠ ଓଡ଼ିଆଣୀ ଶ୍ରୀମତୀ ମୀନା ପାଣିଗ୍ରାହୀ । ପ୍ରମୁଖ ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ରଙ୍କର ନେତୃତ୍ୱରେ ସଂଭାବନା ଓଡ଼ିଆ ଭାଷା,ସଂସ୍କୃତି ଓ ପରମ୍ପରା ପାଇଁ ଚଳାଇଥିବା ଉଦ୍ୟମ ଓ ପ୍ରଚେଷ୍ଟା ଅଭିନନ୍ଦନୀୟ ବୋଲି କହିଥିଲେ । ଏହା ସହ ଶରତ ଭଦ୍ରଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରିଥିଲେ । ଏହି ଉତ୍ସବ ଓ ବନ୍ଧୁ ମିଳନରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଶାସକ ଶୁଭେନ୍ଦ୍ର କୁମାର ନାୟକ,ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ,ସଂଗୀତ ଶିଳ୍ପୀ ଗୋ÷÷ତମ ଗିରି,ଚିତ୍ର ଶିଳ୍ପୀ ଗଜେନ୍ଦ୍ର ପାଢୀ,ଚିନ୍ତାମଣି ବିଶ୍ୱାଳ,ଇଂଜିନିୟର ଯାମିନୀକାନ୍ତ ଦାସ,କବି ବିପିନ ବିହାରୀ ମହାନ୍ତି,ସମାଜ ସେବୀ କସ୍ତୁରିକା ପଟ୍ଟନାୟକ,ଭାଷାବିତ୍ ଡ.ଦେବାଶିଷ ମହାପାତ୍ରଙ୍କ ସମେତ ବହୁ ବୁଦ୍ଧିଜୀବୀ ଓ ସାମ୍ବାଦିକ ଯୋଗ ଦେଇଥିଲେ । ସଂଭାବନାର ଟ୍ରଷ୍ଟି ସ୍ମୃତି ମହାନ୍ତି,ସଭ୍ୟ ଡ. ପ୍ରେମ ପ୍ରକାଶ ସିଂ,ସତ୍ୟବ୍ରତ ମହାପାତ୍ର,ଛନ୍ଦା ମିଶ୍ର, ରାଜଶ୍ରୀ ଶତ୍ପଥି,ପ୍ରଫୁଲ୍ଲ ଦେ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।