ସେକ୍ସ ରାକେଟ ଠାବ, ୩ ଗିରଫ

ସେକ୍ସ ରାକେଟ ଠାବ, ୩ ଗିରଫ

ସେକ୍ସ ରାକେଟ ଠାବ, ୩ ଗିରଫ
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲାଳା ଥାନା ଅନ୍ତର୍ଗତ ବୁରଭାଡ଼ି ଗାଁରେ ଦେହ ବ୍ୟବସାୟ ଚାଲିଥିବା ଅଭିଯୋଗ ହୋଇଥିଲା। ମଙ୍ଗଳବାର ରାତିରେ ଗ୍ରାମବାସୀ ଘଟଣାସ୍ଥଳରେ ଚଢାଉ କରି ଅଭିଯୁକ୍ତମାନଙ୍କୁ ଅଟକ ରଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଦେହ ବ୍ୟବସାୟ ପାଇଁ ଅଣାଯାଇଥିବା ଯୁବତୀଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା। ବୁଧବାର ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଥିବା ସଦର ଏସ୍‌ଡିପିଓ ଶ୍ରୀମନ୍ତ ବାରିକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ମାନେ ହେଲେ ତରଭା ଥାନା ଟୁଲୁଣ୍ଡା ଗାଁର ମୁରାରୀ ମିଶ୍ର, ମାନମୁଣ୍ଡା ଗାଁର ଗଡପଦ୍ମ ଷଣ୍ଢ, ତାରଭା ଗାଁର ଓସକାର ରେହେମାନ। ଉଦ୍ଧାର ଯୁବତୀଙ୍କୁ ପୁଲିସ କୋର୍ଟରେ ହଜାର କରିବ ବୋଲି ଜଣାପଡିଛି।