ପୁଣି କନ୍ଦାଇଲା ପିଆଜ, କିଲୋ ୩୫ ଟଙ୍କା

ପୁଣି କନ୍ଦାଇଲା ପିଆଜ, କିଲୋ ୩୫ ଟଙ୍କା

ପୁଣି କନ୍ଦାଇଲା ପିଆଜ, କିଲୋ ୩୫ ଟଙ୍କା
ଭୁବନେଶ୍ୱର: ଦିନକୁ ଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି ପିଆଜ ଦର । ବର୍ତ୍ତମାନ ବଜାରରେ ଆଳୁ ଦର ପ୍ରାୟତଃ ସ୍ଥିର ରହିଥିବା ବେଳେ ପିଆଜ ମୂଲ୍ୟରେ ଅହେତୁକ ବୃଦ୍ଧି ଖାଉଟିଙ୍କୁ ଅତିଷ୍ଠ କରିଛି । ପରିସ୍ଥିତି ଏଭଳି ହୋଇଛି ଗୋଟିଏ ଦିନରେ ବଜାରରେ ପିଆଜ କିଲୋ ପିଛା ୫ ଟଙ୍କା ବୃଦ୍ଧି ଘଟି ୩୫ ଟଙ୍କା ଛୁଇଁଛି । ପିଆଜ ଉପôାଦନକାରୀ ରାଜ୍ୟରେ ଲଗାଣ ବର୍ଷା ଦରବୃଦ୍ଧିକୁ ତ୍ୱରିତ କରିଛି । ଗୁରୁବାର ରାଜଧାନୀ ହାଟ ବଜାର ଗୁଡ଼ିକରେ ପିଆଜ ଦର କିଲୋ ପିଛା ୩୫ ଟଙ୍କା ଛୁଇଁଛି । ବୁଧବାର ପିଆଜ କିଲୋ ୩୦ ଟଙ୍କା ରହିଥିଲା । ଆଜି ୫ ଟଙ୍କା ବୃଦ୍ଧି ଘଟି ୩୫ ଟଙ୍କା ହୋଇଛି । ରାଜଧାନୀକୁ ମୁଖ୍ୟତଃ ମହାରାଷ୍ଟ୍ର ଓ କର୍ଣ୍ଣାଟକରୁ ପିଆଜ ଆସିଥାଏ । ସେଠାରେ ଲଗାଣ ବର୍ଷା ଯୋଗୁଁ ଦେଖାଦେଇଥିବା ବନ୍ୟା ବିଭୀଷିକା ପରୋକ୍ଷରେ ପିଆଜ ଯୋଗାଣରେ କିଛି ମାତ୍ରାରେ ଭଟ୍ଟା ପଡ଼ିଯାଇଥିବାରୁ ତାହାର ପ୍ରଭାବ ସାରା ଓଡ଼ିଶା ବଜାର ଉପରେ ପଡ଼ିଥିବା କୁହାଯାଉଛି । ତେବେ ପିଆଜ ଦର ସ୍ୱାଭାବିକ ହେବା ପାଇଁ ଆଉ ସପ୍ତାହେ ଦୁଇ ସପ୍ତାହ ସମୟ ଲାଗିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।