ଓଜନ କମ୍ କରିବାର ଉପାୟ

ଓଜନ କମ୍ କରିବାର ଉପାୟ

ଓଜନ କମ୍ କରିବାର ଉପାୟ
ସୁସ୍ଥ ଶରୀର ନିମନ୍ତେ ସଠିକ ଓଜନ ରହିବା ନିତାନ୍ତ ଜରୁରୀ । ଓଜନକୁ ନିୟନ୍ତ୍ରଣରେ ରଖିବା ପାଇଁ କିଛି ଘରୋଇ ଉପଚାର । ଅଧିକାଂଶ ଭାରତୀୟ ଖାଦ୍ୟରେ ଧନିଆ ପତ୍ର ବ୍ୟବହୃତ ହୁଏ । ଏହି ପତ୍ରକୁ ବାଟି ଏକ ଗିଲାସ ଉଷୁମ ପାଣିରେ ମିଶାଇ ପିଅନ୍ତୁ । ୩ ଦିନ ପିଇବା ପରେ ଜଣେ ବ୍ୟକ୍ତି ଫରକ ଜାଣିପାରିବ । ୧ ମାସ ପିଇଲେ ଜଣେ ବ୍ୟକ୍ତିର ଓଜନ କମ୍ ହୁଏ । ସକାଳୁ ତୁଳସୀ ପତ୍ର ଚା’ନଚେତ୍ ୫ ରୁ ୧୦ଟି ରୁଟି ତୁଳସୀ ପତ୍ରକୁ ଚୋବାଇ ଖାଆନ୍ତୁ । ନିୟମିତ ଏହାକୁ ଖାଇଲେ ଓଜନ ନିୟନ୍ତ୍ରଣାଧୀନ ହୋଇଥାଏ । ନଚେତ୍ ତୁଳସୀ ପତ୍ର ଫୁଟା ପାଣି ଦିନକୁ ୪ ରୁ ୫ ଗିଲାସ ପିଅନ୍ତୁ । ଓଜନ କମ୍ ନିମନ୍ତେ ପୋଦିନା ପତ୍ର ମଧ୍ୟ ବେଶ ସହାୟକ । କାକୁଡ଼ି ରସ ସହ ପୋଦିନା ରସ ମିଶାଇ ପିଇଲେ ଓଜନ ନିୟନ୍ତ୍ରିତ ହୁଏ । ଭୂର୍ସୁଙ୍ଗ ପତ୍ରକୁ ଛେଚି ଏହାକୁ ଚୋବାଇ ଖାଇଲେ ମଧ୍ୟ ଉପକାର ମିଳେ । ନଚେତ ଏହାକୁ ମଧ୍ୟ ପାଣିରେ ଫୁଟାଇ ପିଇହେବ । ଲେମ୍ବୁ ପାଣି ମୋଟା ଲୋକଙ୍କ ପାଇଁ ସବୁଠୁ ଉତ୍ତମ ପାନୀୟ । ଏହା ଶରୀର ପାଇଁ ଭଲ ହେବା ସହ ଓଜନକୁ ଶୀଘ୍ର କମାଏ । ଲେମ୍ବୁ ରସକୁ ଉଷୁମ ପାଣିରେ ପିଇଲେ ତାହା ତୁରନ୍ତ କାର୍ଯ୍ୟକାରୀ ହୋଇଥାଏ ।