ଲେମ୍ବୁ ଦୂର କରିବ କ୍ୟାନସର, ଜାଣନ୍ତୁ ବ୍ୟବହାର କରିବାର ପୂରା ତରିକା

ଲେମ୍ବୁ ଦୂର କରିବ କ୍ୟାନସର, ଜାଣନ୍ତୁ ବ୍ୟବହାର କରିବାର ପୂରା ତରିକା

ଲେମ୍ବୁ ଦୂର କରିବ କ୍ୟାନସର, ଜାଣନ୍ତୁ ବ୍ୟବହାର କରିବାର ପୂରା ତରିକା
ଅନେକ ଔଷଧିୟ ଗୁଣରେ ଭରପୁର ଲେମ୍ବୁ । ସକାଳୁ ସକାଳୁ ଖାଲି ପେଟରେ ଲେମ୍ବୁ ପାଣି ପିଇବାଦ୍ୱାରା ଶରୀରକୁ ଅନେକ ପ୍ରକାରର ଲାଭ ମିଳିଥାଏ । ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ କି ସୁସ୍ଥ ଜୀବନ ସହିତ କ୍ୟାନସର ଭଳି ମାରାତ୍ମକ ରୋଗର ଉପାଚର ପାଇଁ ବି ଲେମ୍ବୁ ଅତ୍ୟନ୍ତ ଫଳପ୍ରଦ ଜିନିଷ ଅଟେ । ଏକ ଅଧ୍ୟୟନକୁ ଜଣାପଡିଛି କି, ଲେମ୍ବୁରେ ଲିମୋନାଇଡଟ ଫାଇଟୋକେମିକାଲ ରହିଥାଏ । ଯେଉଁଥିରେ କ୍ୟାନସର ଭଳି ଦୁରାଗ୍ୟ ରୋଗକୁ ରୋକିବାର ଗୁଣ ଉପଲବ୍ଧ । ସେହିପରି ଲେମ୍ବୁରେ ୧୨ ପ୍ରକାର କ୍ୟାସନର ରୋଗକୁ ଲଢିବାର କ୍ଷମତା ରହିଛି । କିମୋଥେରୋପି ଏବଂ ନାରକୋଟିକ୍ ପ୍ରଡକ୍ଟ ତୁଳନାରେ ଲେମ୍ବୁ ହଜାର ଗୁଣା ଭଲ ଏବଂ ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି । ଯଦି ଲେମ୍ବୁ ସହିତ ବେଙ୍ଗିଂ ସୋଡା ବ୍ୟବହାର କରିଯାଏ ତେବେ ଏହି ମିଶ୍ରଣ କ୍ୟାନସର ସେଲଗୁଡିକ ଉପରେ ଶକ୍ତିଶାଳୀ ପ୍ରଭାବ ପକାଇଥାଏ । ତେବେ ଅଧ୍ୟୟନରୁ ଆହୁରୀ ମଧ୍ୟ ଜଣାପଡିଛି କି, ସୋଡିୟମ ବାଇ-କାର୍ବୋନେଟ ତଥା ବେଙ୍ଗିଂ ସୋଡା ଟ୍ୟୁମର ଏବଂ ଏହାର ଆଖପାଖ ସ୍ଥାନକୁ ଅଲ୍କାଇଜ କରିଥାଏ । ଏବଂ ମେଟାଷ୍ଟେଟିସ (ଗୋଟିଏ ଅଙ୍ଗରୁ ଅନ୍ୟ ଅଙ୍ଗକୁ ବ୍ୟାପିବା) ଭଳି ସମସ୍ୟାକୁ ରୋକିଥାଏ । ଯଦି ଲେମ୍ବୁ ଏବଂ ବେଙ୍ଗିଂ ସୋଡାର ମିଶ୍ରଣ ଖାଦ୍ୟ ସହିତ ମିଶାଇ ଦିଆଯାଏ ତେବେ ପେଟରେ ଏସିଡର ପ୍ରଭାବ କମ୍ ହୋଇଥାଏ ଏବଂ ପାଚନକ୍ରୀୟା ମଧ୍ୟ ଠିକ୍ ରହିବ । ତେଣୁ ଭଲ ଫଳାଫଳ ପାଇଁ ଆପଣ ଅର୍ଗାନିକ ଲେମ୍ବୁର ବ୍ୟବହାର କରିପାରିବେ । କାହିକିଁ ନା ଏହା କେମିକାଲ ଫର୍ଟିଲାଇଜର ମୁକ୍ତ ହୋଇଥାଏ । କିଭଳି କରିବେ ମିଶ୍ରଣ? ଗୋଟିଏ ଚାମଚ ବେଙ୍ଗିଂ ସୋଡା, ଗୋଟିଏ ଚାମଚ ଲେମ୍ବୁ ରସ, ୨୪୦ ଏମଏଲ ଗରମ ପାଣି । କିଭଳି କରିବେ ବ୍ୟବହାର? ଏହି ତିନୋଟି ଯାକ ଜିନିଷକୁ ଏକା ସାଙ୍ଗରେ ମିଶାଇ ଏହାର ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ ଏବଂ ଦିନକୁ ୩ ଥର ଲେଖାଏଁ ପିଅନ୍ତୁ । ସେହିପରି ଯଦି ଆପଣ ଏହାର ଏକ ଭଲ ରେଜଲ୍ଟ ଚାହୁଁଛନ୍ତି ତେବେ ଆପଣଙ୍କର ଖାଦ୍ୟରେ ୮୦ ପ୍ରତିଶତ ସତେଜ ପନିପରିବା ଏବଂ ଫଳମୂଳ ସାମିଲ କରନ୍ତୁ, ଏହାଦ୍ୱାରା ଶରୀରରେ ପିଏଚ୍ ର ସ୍ତର ସନ୍ତୁଳନ ରହିବ ।