ଏହି ରୋଗ ହେଲେ ରୋଗୀଙ୍କୁ ଲାଗେ ନିଶା କରିଛନ୍ତି

ଏହି ରୋଗ ହେଲେ ରୋଗୀଙ୍କୁ ଲାଗେ ନିଶା କରିଛନ୍ତି

ଏହି ରୋଗ ହେଲେ ରୋଗୀଙ୍କୁ ଲାଗେ ନିଶା କରିଛନ୍ତି
ଆଧୁନିକ ଯୁଗର ଲୋକ ପ୍ରାୟ ସମୟରେ କୌଣସି ନା କୌଣସି କାରଣ ପାଇଁ ଚିନ୍ତାଗ୍ରସ୍ତ ରହିଥାନ୍ତି । ଏହି ଚିନ୍ତା ଧୀରେ ଧୀରେ ମାନସିକ ରୋଗର ରୂପେ ନିଏ । ଫଳରେ ବିଭିନ୍ନ ରୋଗ ଦେହକୁ ମାଡ଼ି ବସେ । ଏପରି ଏକ ରୋଗ ହେଉଛି ଅଟୋ ବ୍ରିବେରି ସିଷ୍ଟମ । ଏହି ରୋଗରେ ରୋଗୀ ସବୁବେଳେ ନିଶାଗ୍ରସ୍ତ ରହିଲା ପରି ଲାଗିଥାନ୍ତି । ଏପରି ରୋଗୀ ମାଦକ ଦ୍ରବ୍ୟ ସେବନ ନକରି ମଧ୍ୟ ନିଶାରେ ରହିଥାନ୍ତି । ତେବେ ଜାଣିବା ଅଟୋ ବ୍ରିବେରି ସିଷ୍ଟମ କ’ଣ । ଅଟୋ ବ୍ରିବେରି ସିଷ୍ଟମ ଏକ ଏପରି ରୋଗ ଯେଉଁଥିରେ ରୋଗୀର ମାନସିକ ଓ ଶାରୀରିକ ସନ୍ତୁଳନ ଠିକ ରୁହେ ନାହିଁ । ରୋଗୀଙ୍କୁ ଲାଗିଥାଏ ସେ ଯେପରି କିଛି ନିଶା ଦ୍ରବ୍ୟ ସେବନ କରିଛନ୍ତି । ସବୁବେଳେ ମୁଣ୍ଡ ବଥ୍ୟା ହେବା ସହ ମୁଣ୍ଡ ବୁଲାଇ ହୋଇଥାଏ । ଖାଲି ନିଦ ନିଦ ଲାଗିଥାଏ । ତାହାଛଡ଼ା ଏହି ରୋଗରେ ବ୍ୟକ୍ତିଙ୍କୁ ଏପରି କିଛି ଜିନିଷ ଖାଇବାକୁ ଇଚ୍ଛା ହୁଏ ଯେଉଁଥିରେ ତାଙ୍କ ନିଶାଗ୍ରସ୍ତ ଅବସ୍ଥାରୁ ଆରାମ ମିଳେ । ଶରୀରରେ କାର୍ବୋହାଇଡ୍ରେଟ ପରିମାଣ ବଢ଼ିଲେ ଏପରି ହୋଇଥାଏ ବୋଲି ଏକ ପରୀକ୍ଷାରୁ କୁହାଯାଇଛି । ଏହି ରୋଗର ଚିକିତ୍ସା ବିଷୟରେ ଏପର୍ଯ୍ୟନ୍ତ କିଛି ଜଣାପଡ଼ିନାହିଁ । ତେବେ ଏହି ଅଟୋ ବ୍ରିବେରି ସିଷ୍ଟମ ଯୋଗୁଁ ମୋଟାପା ଓ ମଧୁମେହର ଆଶଙ୍କା ରହିଥାଏ ।