ଦ ଗର୍ଲ ଅନ ଦ ଟ୍ରେନ୍

ଦ ଗର୍ଲ ଅନ ଦ ଟ୍ରେନ୍

ଦ ଗର୍ଲ ଅନ ଦ ଟ୍ରେନ୍
ଆଗାମୀ ଚଳଚ୍ଚିତ୍ର ‘ଦ ଗର୍ଲ ଅନ ଦ ଟ୍ରେନ୍’ର ସୁଟିଂରେ ପରିଣୀତି ଚୋପ୍ରା ଖୁବ୍ ବ୍ୟସ୍ତ ଅଛନ୍ତି । ଲଣ୍ଡନର ଘଞ୍ଚ ଜଙ୍ଗଲରେ ଗତ ସପ୍ତାହରେ ତଳେ ଏହାର ସୁଟିଂ ଆରମ୍ଭ ହୋଇଛି । ୨୦୧୬ ରେ ମୁକ୍ତିଲାଭ କରିଥିବା ହଲିଉଡ ଚଳଚ୍ଚିତ୍ର ‘ଦ ଗର୍ଲ ଅନ ଦ ଟ୍ରେନ’ରେ ଏହା ହିନ୍ଦୀ ରିମେକ ବୋଲି ଜଣାପଡ଼ିଛି । ଚଳଚ୍ଚିତ୍ରର ନାମ ସମାନ ରଖାଯାଇଥିବା ବେଳେ ନିଦେ୍ର୍ଧଶନା ଦାୟିତ୍ୱରେ ରିଭୁ ଦାସ ଗୁପ୍ତା ଅଛନ୍ତି । ପରୀଙ୍କ ସହ ଏଥିରେ ଅନ୍ୟତମ ମୁଖ୍ୟ ଭୂମିକାରେ ଅଦିତି ରାଏ ହାଇଦରୀ ଓ କୀର୍ତ୍ତି କୁଲହାରୀ କାମ କରୁଛନ୍ତି । ପ୍ରଥମ ଥର ପାଇଁ ପରୀ ଏକ ସସପେନ୍ସ ହରର ଚଳଚ୍ଚିତ୍ରରେ କାମ କରୁଥିବାରୁ ଏହା ତାଙ୍କ ପାଇଁ ଭିନ୍ନ ଅନୁଭୂତି ବୋଲି କହିଛନ୍ତି । ଅଧିକାଂଶ ହରର ଚଳଚ୍ଚିତ୍ର ଲଣ୍ଡନ ଓ ସ୍କଟଲାଣ୍ଡର ଜଙ୍ଗଲରେ ସୁଟିଂ ହୋଇଥାଏ । ଏଣୁ ନିଦେ୍ର୍ଧଶକ ଏଥିନିମନ୍ତେ ଲଣ୍ଡନକୁ ହିଁ ପ୍ରଥମ ପ୍ରସ୍ତାବରେ ରଖିଥିଲେ ଓ ତାହା ଅନ୍ୟମାନଙ୍କ ଦ୍ୱାରା ଆଦୃତ ହେଲା । ଆସନ୍ତା ବର୍ଷ ଚଳଚ୍ଚିତ୍ର ମୁକ୍ତିଲାଭ ହେବାର ସମ୍ଭାବନା ରହିଛି ।