ଜିଲ୍ଲାର ୮ ହଜାର କର୍ମଚାରୀ ଭୋଟଦାନରୁ ବଂଚିତ

ଜିଲ୍ଲାର ୮ ହଜାର କର୍ମଚାରୀ ଭୋଟଦାନରୁ ବଂଚିତ

ଜିଲ୍ଲାର ୮ ହଜାର କର୍ମଚାରୀ ଭୋଟଦାନରୁ ବଂଚିତ
କେନ୍ଦ୍ରାପଡ଼ା : ପୋଷ୍ଟାଲ୍ ବାଲାଟ୍ ପାଇବାକୁ ନେଇ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଉତେଜନା ଦେଖାଦେଇଛି । ପ୍ରାୟ ୮ ହଜାର କର୍ମଚାରୀ ପୋଷ୍ଟାଲ୍ ବାଲାଟ୍ ନପାଇଲେ ଭୋଟ୍କେନ୍ଦ୍ରକୁ ଯିବେନାହିଁ ବୋଲି ଅଡି ବସିବାରୁ ଦୀର୍ଘ ୨ ଘଂଟାକାଳ ଏକ ଅପ୍ରିତିକର ପରିସ୍ଥିତି ଉପୁଜିଥିଲା । ସୂଚନା ମୁତାବକ କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ଭୋଟ କେନ୍ଦ୍ର ପାଇଁ ଡେସପାଚ୍ ସେଂଟର ହୋଇଥିବାରୁ ଜିଲ୍ଲାର ୧୪୩୮ ଭୋଟ କେନ୍ଦ୍ରକୁ ଯିବାପାଇଁ ପ୍ରାୟ ୧୦ ହଜାର କର୍ମଚାରୀ ଶନିବାର ଠୁଳ ହୋଇଥିଲେ । ଭୋଟ କେନ୍ଦ୍ରରେ ଦାୟିତ୍ୱ ନିର୍ବାହ କରୁଥିବା କର୍ମଚାରୀମାନେ ସେମାନଙ୍କ ନିର୍ବାଚନ ମଣ୍ଡଳୀର ମତଦାନ ପୋଷ୍ଟାଲ୍ ବାଲର୍ଟ ମାଧ୍ୟମରେ ମତଦାନ ସାବସ୍ତ୍ୟ କରିପାରିବେ ବୋଲି ନିୟମ ରହିଛି । ଭୋଟ୍ କେନ୍ଦ୍ରକୁ ଯାଉଥିବା କର୍ମଚାରୀମାନେ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ପୋଷ୍ଟାଲ୍ ବାଲାଟ ଦାବିକରିବାରୁ ମାତ୍ର ୪ଶହ ଜଣଙ୍କୁ ପୋଷ୍ଟାଲ ବାଲାଟ ଦିଆଯାଇଥିଲା । ମାତ୍ର ଅନ୍ୟ କର୍ମଚାରୀମାନଙ୍କୁ ଦିଆଯାଇପାରିବ ନାହିଁ ବୋଲି ଦାୟିତ୍ୱରେ ଥିବା ଅଧିକାରୀ କହିବାରୁ ଉତେଜନା ପ୍ରକାଶ ପାଇଥିଲା । ଏହାକୁ ନେଇ ଦୁଇଘଂଟାକାଳ ଅଚଳ ଅବସ୍ଥା ସୃଷ୍ଟି ହୋଇଥିଲା । ଭୋଟ୍କେନ୍ଦ୍ରକୁ ଯାଉଥିବା କର୍ମଚାରୀମାନେ ପୋଷ୍ଟାଲ ବାଲାଟ ପାଇଁ ଅଡିବସି ସଂପୂର୍ଣ୍ଣ କାର୍ଯ୍ୟକୁ ଅଚଳ କରିଦେଇଥିଲେ । ଏ ନେଇ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଦାଶରଥି ଶତପଥିଙ୍କୁ ପଚାରିବାରୁ ଯେଉଁ କର୍ମଚାରୀମାନେ ପୂର୍ବରୁ ଆବେଦନ କରିଥିଲେ କେବଳ ସେହିମାନଙ୍କୁ ପୋଷ୍ଟାଲ ବାଲାଟ ଦିଆଯାଇଛି । ତେବେ ଅନ୍ୟ କର୍ମଚାରୀମାନେ ଆଗରୁ ଏହା ଆବେଦନ କରିନଥିବାରୁ ଏମାନେ ପୋଷ୍ଟାଲ ବାଲାଟ ପାଇବାରୁ ବଂଚିତ ହୋଇଛନ୍ତି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।