ନଡ଼ିଆ ତେଲର ଲାଭ ସମ୍ପର୍କରେ ଜାଣନ୍ତୁ

ନଡ଼ିଆ ତେଲର ଲାଭ ସମ୍ପର୍କରେ ଜାଣନ୍ତୁ

ନଡ଼ିଆ ତେଲର ଲାଭ ସମ୍ପର୍କରେ ଜାଣନ୍ତୁ
ତ୍ୱଚାରେ ନିୟମିତ ନଡ଼ିଆ ତେଲ ଲଗାଇ ଉଚିତ । ଏହାର ଲାଭ ଅନେକ । ନଡ଼ିଆ ତେଲରୁ ମିଳେ ଯଥେଷ୍ଟ ପରିମାଣର ଫ୍ୟାଟି ଏସିଡ ଓ ଭିଟାମିନ ଇ । ତେଣୁ ତ୍ୱଚା ପାଇଁ ଏହା ସର୍ବୋତ୍ତମ ପ୍ରାକୃତିକ ମଏଶ୍ଚାରାଇଜର । ତ୍ୱଚା ଶୁଷ୍କ ହୋଇଥିଲେ, ନିୟମିତ ନଡ଼ିଆ ତେଲ ଲଗାନ୍ତୁ ।ତ୍ୱଚାରେ ଲମ୍ବା ସମୟ ରହୁଥିବା ଜଳ ନିରୋଧୀ ମେକଅପ, ଲିପଷ୍ଟିକ ଓ ମସକାରା ଆଦି ସଫା କରିବା ପାଇଁ ନଡ଼ିଆ ତେଲ ବ୍ୟବହାର କରନ୍ତୁ । ଏହା ସବୁଠାରୁ ନିରାପଦ । ଆଖି ପାଖରେ ମଧ୍ୟ ଲଗାଇ ପ୍ରସାଧନ ସଫା କରିପାରିବେ । ଏହା ପ୍ରାକୃତିକ ହାଇଲାଇଟର । କିଛି ଲଗାଇବା ପୂର୍ବରୁ ଦୁଇ ତିନି ବୁନ୍ଦା ଯଥେଷ୍ଟ । ଏହା ତ୍ୱଚାରେ ସିବମ ସ୍ତର ନିୟନ୍ତ୍ରଣରେ ରଖେ । ଏହା ଜୀବାଣୁ ବିରୋଧୀ । ବ୍ରଣ ସମସ୍ୟାରୁ ମୁକ୍ତି ଦିଏ ।