ସବ୍ୟଙ୍କୁ ପାନ ଦେଲେ ଏଲିନା

ସବ୍ୟଙ୍କୁ ପାନ ଦେଲେ ଏଲିନା

ସବ୍ୟଙ୍କୁ ପାନ ଦେଲେ ଏଲିନା
“ଆଖି ତୋର ପାନମଧୁରୀ ପିପରମିଣ୍ଟିଆ ଲୁକ୍ରେ... ଓଠ ତୋର ଲବଙ୍ଗମାର୍କା ହସରେ ପକାଉ ହୁକ୍ରେ । ଯିଏ କହିବ ସିଏ କହିବ ତୁ ତ ନମ୍ବର ୱାନ ...ପାନ ପାନ...ମୋର ଡିଲକ୍ସ ମିଠା ପାନ... । ଦୀପ୍ତି ରେଖା ଓ ତାରିକ୍ ଅଜିଜଙ୍କ କଣ୍ଠରେ ଏ ଗୀତ ଏବେ ୟୁଟ୍ୟୁବରେ ଚହଳ ପକାଇଛି । ମୁକ୍ତିଲାଭ କରିବାକୁ ଥିବା ସବ୍ୟ-ଏଲିନା ଯୋଡ଼ିର ତୃତୀୟ ଫିଲ୍ମ ‘ମାଲ ମହୁ ଜୀବନ ମାଟି-ଭାଗ୍ୟର ନୋ ଗ୍ୟାରେଣ୍ଟି’ ଚଳଚ୍ଚିତ୍ରର ଏହି ରୋମାଣ୍ଟିକ ଗୀତକୁ ନେଇ ଏବେ ସବୁଠି ଚର୍ଚ୍ଚା । କାରଣ ସଙ୍ଗୀତର ଧୁନରେ ଟାଟୁବାଲିକୁ ନଚାଇ ଲୋକପ୍ରିୟତା ସାଉଁଟିଥିବା ମେଲୋଡି ମାଷ୍ଟର ଅଭିଜିତ ମଜୁମଦାର ପୁଣି ଏ ଗୀତକୁ ନେଇ କିଛି ନୂଆ ଖେଳ ଖେଳିଛନ୍ତି । ଏହାର ଗୀତ କରିଛନ୍ତି ନିର୍ମଳ ନାୟକ । ତା ସହିତ ଚିତ୍ରନାଟ୍ୟ ଓ ସଂଳାପ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବି ସେ ନିର୍ବାହ କରିଛନ୍ତି । ଅମରା ମ୍ୟୁଜିକ ଏବଂ ଲେଡିବାର୍ଡ ଏଣ୍ଟର ଟେନମେଣ୍ଟ ମିଳିତ ଆନୁକୁଲ୍ୟରେ ପ୍ରସ୍ତୁତ ଏହି ଫିଲ୍ମର ପ୍ରଯୋଜନାରେ ନବୀନ ଭଣ୍ଡାରୀ ଥିବା ବେଳେ ରମେଶ ରାଉତ ନିର୍ଦ୍ଦେଶନା ଦେଇଛନ୍ତି । କ୍ୟାମେରା ପରିଚାଳନା ସୋମିଓ କରିଥିବା ବେଳେ ସମ୍ପାଦନା କରିଛନ୍ତି ମାନସ କୁମାର ସାହୁ । ‘୪ ଇଡିଅଟସ’, ‘ଟୋକାଟା ଫସିଗଲା’ପରେ ସବ୍ୟ-ଏଲିନା ଯୋଡ଼ି ଏଥିରେ ବି କିଛି ଭିନ୍ନ କାହାଣୀ ଭେଟି ଦେବେ ବୋଲି ସମସ୍ତଙ୍କ ଆଶା ।