ତାରକାଙ୍କ ପ୍ରକୃତ ନାମ

ତାରକାଙ୍କ ପ୍ରକୃତ ନାମ

ତାରକାଙ୍କ ପ୍ରକୃତ ନାମ
ସେକ୍ସପିଅର ଏକଦା କହିଥିଲେ- ‘ନାମରେ କ’ଣ ଅଛି?’ ତେବେ ବଲିଉଡ଼ରେ ବହୁ ତାରକାଙ୍କ ପାଇଁ ନାମରେ ଅନେକ କିଛି ଅଛି । ପ୍ରତିଷ୍ଠା ଓ ଅର୍ଥ ଲାଭ ପାଇଁ ଅନେକ ବଲିଉଡ଼ ତାରକା ନିଜର ବଦଳାଇଥିବା ନାମ ଇତି ମଧ୍ୟରେ ଭୁଲିଯିବେଣି । ଆରମ୍ଭ କରିବା ଅମିତାଭ ବଚ୍ଚନଙ୍କଠାରୁ । କବି ପିତା ହୃଦୟରୁ ତାଙ୍କୁ ନାମଟିଏ ଦେଇଥିଲେ ‘ଇନକିଲାମ’ । ତାଙ୍କ ମୂଳ ନାମ ଥିଲା ଇନକିଲାବ ଶ୍ରୀବାସନ୍ତବ । ସେହି ପରି କମେଡି କିଙ୍ଗ ଭାବେ ପ୍ରସିଦ୍ଧ ଗୋବିନ୍ଦାଙ୍କ ମୂଳ ନାମ-ଗୋବିନ୍ଦା ଅରୁଣ ଆହୂଜା । ନିଜ ବ୍ୟକ୍ତିଗତ ଜୀବନକୁ ସର୍ବଦା ଲଚାଇଆସିଥିବା ମଲ୍ଲିକା ଶ୍ୱେରାୱତଙ୍କ ଅସଲ ନାମ ଏବେ ଜାଣିଗଲେଣି-ରୀମା ଲାମ୍ବା । ଅଜୟ ଦେୱଗନଙ୍କ ପିତୃଦତ୍ତ ନାମ-ବିଶାଲ ୱାରୁ ଦେୱଗନ । ଖାସ୍ ଫିଲ୍ମ ଦୁନିଆରେ ସଫଳତା ପାଇଁ ଅକ୍ଷୟ କୁମାର ନିଜର ପୁରୁଣାକାଳିଆ ନାମଟିକୁ ଜଳାଞ୍ଜଳି ଦେଇଥିଲେ-ରାଜୀବ ହରି ଓମ୍ ଭାଟିୟା । ଫଳିତଜ୍ୟୋତିଷକୁ ପେସା କରିଥିବା ମାତାଙ୍କ ଉପଦେଶ ଅନୁଯାୟୀ ଅଶ୍ୱିନୀ ଶେଟ୍ଟୀ ପାଲଟିଥିଲେ ଶିଳ୍ପା ସେଟ୍ଟୀ । ଜନ୍ ଆବ୍ରାହମଙ୍କ ମୂଳନାମ-ଫରହାନ୍ । ‘ବାହୁବଲୀ’ ପ୍ରସିଦ୍ଧ ଅନୁଷ୍କାଙ୍କ ମୂଳ ନାମ ସ୍ୱିଟି ସେଟ୍ଟୀ । କିୟାରା ଆଡୱାଣୀଙ୍କୁ ତାମ ମୂଳ ନାମରେ ଏବେ ବି ତାଙ୍କ ପିତା ମାତା ଡାକନ୍ତି ଏବଂ ତାହା ହେଉଛି-ଆଲିୟା ।