ଆସନ୍ତୁ ଜାଣିବା ପଣସ ଖାଇବାର ଲାଭ ବିଷୟରେ

ଆସନ୍ତୁ ଜାଣିବା ପଣସ ଖାଇବାର ଲାଭ ବିଷୟରେ

ଆସନ୍ତୁ ଜାଣିବା ପଣସ ଖାଇବାର ଲାଭ ବିଷୟରେ
ପଣସ ଉଭୟ ପନିପରିବା ଏବଂ ଫଳ ଭାବରେ ଖିଆଯାଏ। ଏଥିରେ ଭିଟାମିନ୍ ଏ, ସି, ପୋଟାସିୟମ୍, କ୍ୟାଲସିୟମ୍, ଆଇରନ୍ ଇତ୍ୟାଦି ପରିପୂର୍ଣ୍ଣ ମାତ୍ରାରେ ରହିଥାଏ। ଏଥିରେ ବହୁତ ପରିମାଣର ଫାଇବର ମଧ୍ୟ ରହିଛି। ଆସନ୍ତୁ ଜାଣିବା ବିଶେଷଜ୍ଞଙ୍କ ଅନୁଯାୟୀ ପଣସ ଫଳ ଖାଇବାର ଲାଭ ବିଷୟରେ -ପଣସରେ ଥିବା ଭିଟାମିନ୍ ସି ଏବଂ ଆଣ୍ଟି-ଅକ୍ସିଡାଣ୍ଟ ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ। – ପୋଟାସିୟମ କାରଣରୁ ପଣସ ଖାଇବା ହୃଦୟ ପାଇଁ ବହୁତ ଲାଭଦାୟକ। -ଏହା ରକ୍ତଚାପକୁ ନିୟନ୍ତ୍ରଣରେ ରଖେ। – ପଣସରେ ଥିବା ଆଇରନ୍ ରକ୍ତହୀନତା ରୋଗୀଙ୍କ ପାଇଁ ଏହା ଅତ୍ୟନ୍ତ ଲାଭଦାୟକ। – ପଣସରେ ଥିବା ଫାଇବର କୋଷ୍ଠକାଠିନ୍ୟରୁ ସମସ୍ୟା ଦୂର କରିଥାଏ। – ଥାଇରଏଡ ରୋଗୀଙ୍କ କଞ୍ଚା ପଣସ ଖାଇବା ଅତି ଉତ୍ତମ। -କଞ୍ଚା ପଣସରେ ଥିବା ଭିଟାମିନ୍-ଏ ମଧ୍ୟ ଆଖି ପାଇଁ ଅତ୍ୟନ୍ତ ଲାଭଦାୟକ।