ଜାଣନ୍ତୁ କେତେ ଜନ୍ମ ପରେ ମିଳେ ମନୁଷ୍ୟ ଜୀବନ

ଜାଣନ୍ତୁ କେତେ ଜନ୍ମ ପରେ ମିଳେ ମନୁଷ୍ୟ ଜୀବନ

ଜାଣନ୍ତୁ କେତେ ଜନ୍ମ ପରେ ମିଳେ ମନୁଷ୍ୟ ଜୀବନ
ଧର୍ମଗ୍ରନ୍ଥ ଅନୁସାରେ ଭଗବାନ ଜୀବଜନ୍ତୁ, ଗଛ ଓ ପଶୁପକ୍ଷୀ ଆଦି ସୃଷ୍ଟି କରିଛନ୍ତି । ଏମାନଙ୍କ ମଧ୍ୟରୁ ମନୂଷ୍ୟ ଜୀବନ ଅତି ଦୁର୍ଲ୍ଲଭ ଅଟେ । ସେଥିପାଇଁ ଆମକୁ ଏହି ମନୁଷ୍ୟ ଜନ୍ମର ସଦୁପଯୋଗ କରିବା ଉଚିତ । ତେବେ ଯାଇ ଆମକୁ ପୁନର୍ବାର ମନୁଷ୍ୟ ଜନ୍ମ ମିଳିପାରିବ । ମନୁଷ୍ୟ ଜନ୍ମ ସମ୍ବନ୍ଧରେ ବିଭିନ୍ନ ଗ୍ରନ୍ଥରେ ଭିନ୍ନ ଭିନ୍ନ ମନ୍ତବ୍ୟ ରହିଛି ଆସନ୍ତୁ ସେହି ସମ୍ବନ୍ଧରେ ଜାଣିବା .. ଭଗବାନ ୮୪ ଲକ୍ଷ ଜୀବନ ଚକ୍ର ତିଆରି କରିଛନ୍ତି। ସେଥିମଧ୍ୟରୁ ୩୦ ଲକ୍ଷ ପ୍ରଜାତିର ବୃକ୍ଷଲତା, ୨୭ ଲକ୍ଷ ପ୍ରଜାତିର କୀଟ ପତଙ୍ଗ, ୧୪ ଲକ୍ଷ ପ୍ରଜାତିର ପକ୍ଷୀ, ୯ ଲକ୍ଷ ପ୍ରଜାତିର ଜଳଚର ପ୍ରାଣୀ ଓ ୪ ଲକ୍ଷ ପ୍ରଜାତିର ପଶୁ ଜନ୍ମ ପାଇଛନ୍ତି। ଏହି ସବୁ ଜୀବନ ପାଇବା ପରେ ଭଲ କର୍ମକୁ ଆଧାର କରି ଜୀବକୁ ମନୁଷ୍ୟ ଜନ୍ମ ଦିଆଯାଇଥାଏ।