୪୦୦ ବର୍ଷ ପରେ ଆଜି ଘଟିବ ମହାଜାଗତିକ ମିଳନ
୪୦୦ ବର୍ଷ ପରେ ଆଜି ଘଟିବ ମହାଜାଗତିକ ମିଳନ
admin
Dec 22, 2020 - 08:00
Updated: Dec 22, 2020 - 08:00
ଭୁବନେଶ୍ୱର: ୪୦୦ ବର୍ଷ ପରେ ବୃହସ୍ପତି ଓ ଶନିଙ୍କର ମହାମିଳନ ଆଜି ଘଟିବାକୁ ଯାଉଛି । ସନ୍ଧ୍ୟା ସମୟରେ ଏହି ଦୁଇ ଗ୍ରହ ପରସ୍ପରର ଖୁବ ନିକଟରେ ଦେଖାଯିବେ । ସୂର୍ଯେ୍ୟାଦୟ ହେବାର ଏକ ଘଣ୍ଟା ପରେ ପଶ୍ଚିମ ଦିଗବଳୟ ଉପରେ ଏକତ୍ର ଦେଖାଯିବେ । ସେମାନଙ୍କ ଭିତରେ ୦.୫ଂ ଅର୍ଥାତ ଗ୍ରହ ଦୁଇଟି ଭିତରେ ଏକ ପୂର୍ଣ୍ଣଚନ୍ଦ୍ର ଆକାରର ୫ ଭାଗରୁ କମ୍ ହେବ । ଭାରତ ସମେତ ଓଡ଼ିଶାର ସବୁ ସ୍ଥାନରୁ ଏହାକୁ ଖାଲି ଆଖିରେ ଦେଖିହେବ । ଛୋଟ ଦୂରବୀକ୍ଷଣରେ ଏକ ସମୟରେ ବୃହସ୍ପତି ଓ ତାର ୪ଟି ଉପଗ୍ରହ ଏବଂ ଶନିବ ଓ ତାର ଗୋଟିଏ ଉପଗ୍ରହ ଦେଖାହେବ ବୋଲି ପଠାଣି ସାମନ୍ତ ପ୍ଲାନେଟୋରିୟମ ଉପ ନିଦେ୍ର୍ଧଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି । ସୂଚନା ଅନୁସାରେ ଗ୍ରହମାନଙ୍କ କକ୍ଷର ସମତଳ ପରସ୍ପରଠାରୁ ଅଳ୍ପ ଢ଼ଳି ରହିଥିବାରୁ ମିଳନରେ ସେମାନଙ୍କ ଦୂତନା ଭିନ୍ନ ହୋଇଥାଏ ।