ଚାଇଲଡ଼ ପର୍ଣ୍ଣ ଦେଖି କରିଥିଲା ଦୁର୍ଷ୍କମ
ଚାଇଲଡ଼ ପର୍ଣ୍ଣ ଦେଖି କରିଥିଲା ଦୁର୍ଷ୍କମ
admin
Dec 22, 2020 - 07:36
Updated: Dec 22, 2020 - 07:36
ଭୁବନେଶ୍ୱର : ମୋବାଇଲରେ ସବୁଦିନ ଚାଇଲଡ଼ ପର୍ଣ୍ଣ ଦେଖୁଥିଲା ସରୋଜ । ୧୩ ତାରିଖ ରାତି ସାରା ବି ପର୍ଣ୍ଣ ଭିଡ଼ିଓ ଦେଖୁଥିଲା । ୧୪ ତାରିଖ ଦିନ ଏକୁଟିଆ କୋଳି ଖାଇବାକୁ ଆସିଥିଲା ପରୀ । ସରୋଜ ପରିବାର ଓ ପରୀ ପରିବାର ସହ ଉତମ ସମ୍ପର୍କ ରହିଥିଲା । ପରୀ ଓ ସରୋଜର ସାନ ଭଉଣୀ ସହ ମଧ୍ୟ ଭଲ ସମ୍ପର୍କ ଥିଲା । ପରୀ ସବୁବେଳେ ତାଙ୍କ ଘରକୁ ଯିବା ଆସିବା କରୁଥିଲା । ପରୀ ଜାମୁକୋଳି ମାଗିବାରୁ ସେ ଘରକୁ ଡାକି ନେଇଥିଲା । ଚାଇଲଡ଼ ପର୍ଣ୍ଣ ଦେଖୁଥିବା ସରୋଜ ବାରିପଟ ରୁମରେ ପରୀକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା । କିନ୍ତୁ ପରୀ ବାଧା ଦେଇଥିଲା । ଫଳରେ ତଂଟି ଚିପି ମାରିଦେଇଥିଲା ସରୋଜ । ମୃତୁ୍ୟ ପରେ ପରୀ ସହ ଦୁଷ୍କର୍ମ କରିଥିଲା ।
ସରୋଜ ସେଠୀର ସାନ ଭଉଣୀ ସହ ପରୀର ଭଲ ସମ୍ପର୍କ ରହିଥିଲା । ଦିନେ ଘରେ ନଥିବାବେଳେ ଜାମୁକୋଳି ଖାଇବାକୁ ସରୋଜ ପରୀକୁ ଡାକିଥିଲା । ପରେ ଘରର ଶେଷ ଘରକୁ ଡାକି ନେଇ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା । ଯେଭଳି ବାହାରେ କେହି ଜାଣିନପାରିବେ ସରୋଜ ସେଥିପାଇଁ ଶେଷ ଘରେ ହିଁ ପରୀକୁ ନେଇଯାଇଥିଲା । କିନ୍ତୁ ପରୀ ବାଧା ଦେବାରୁ ତାକୁ ମାରିଦେଇଥିଲା । ସରୋଜର ମାନସିକତା ଏଭଳି ବୀଭତ୍ସ ହୋଇଯାଇଥିଲାଯେ, ମୃତ ଦେହ ସହ ବି ଦୁଷ୍କର୍ମ କରିଥିଲା । ପ୍ରମାଣ ଲୁଚାଇବାକୁ ସେ ଅଖାରେ ପୂରାଇ ପୋଖରୀରେ ଫିଙ୍ଗି ଦେଇଥିଲା ବୋଲି ସ୍ୱୀକାର କରିଛି ସରୋଜ ସେଠୀ । ଏନେଇ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି ।
ପରୀ ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛି ସରୋଜ ସେଠୀ । ତା’ ବାରିରେ ଜାମୁକୋଳି ଗଛ ଥିଲା । ଜାମୁକୋଳି ଖାଇବାକୁ ଏକୁଟିଆ ପରୀ ଯାଇଥିବାବେଳେ ତାକୁ ସେ ଦୁଷ୍କର୍ମ ଉଦ୍ୟମ କରିଥିଲା । କିନ୍ତୁ ପରୀ ବାଧାଦେବାରୁ ସେ ତାର ତଂଟି ଚିପି ହତ୍ୟା କରିଥିଲା । ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ।
ପରୀର ଶବକୁ ଯେଉଁ ପୋଖରୀରେ ଫିଙ୍ଗା ଯାଇଥିଲା ତାହା ପରିତ୍ୟକ୍ତ । ତାହାକୁ ବ୍ୟବହାର କରାଯାଉନଥିଲା । ୧୪ ତାରିଖ ଦିନ ପରୀ ଏକୁଟିଆ ଜାମୁକୋଳି ଖାଇବାକୁ ସରୋଜ ଘର ବାରିକୁ ଯାଇଥିଲା । ୧୩ ତାରିଖ ରାତିରେ ସରୋଜ ଚାଇଲଡ଼ ପର୍ଣ୍ଣ ସିନେମା ଦେଖିଥିଲା । ପରୀକୁ ଏକୁଟିଆ ପାଇ ସେ ଘରକୁ ନେଇ ଯାଇଥିଲା । ପରୀକୁ ଦୁଷ୍କର୍ମ ଉଦ୍ୟମ କରିବା ପରେ ପରୀ ବାଧା ଦେଇଥିଲା । ତେଣୁ ସରୋଜ ତାର ତଂଟି ଚିପି ହତ୍ୟା କରିଦେଇଥିଲା । ଏପରିକି ମୃତ ଦେହ ସହ ମଧ୍ୟ ସେ ଦୁଷ୍କର୍ମ କରିଥିଲା ବୋଲି ବୋଥ୍ରା ପ୍ରକାଶ କରିଛନ୍ତି ।
ସେ କହିଛନ୍ତିଯେ, ସରୋଜର ବାପା ନାହିଁ, ମା’ ଚାକିରୀ କରୁଛି, ବଡ଼ଭଉଣୀ ବାହା ହୋଇଛି । ସାନ ଭଉଣୀଟି ବି ଚାକିରୀ କରିଛି । ସରୋଜ ପରିବାର ସହ ପରୀ ପରିବାରର ଭଲ ସମ୍ପର୍କ ରହିଥିଲା । ଅଶ୍ଲୀଳ ସିନେମା ଦେଖି ଦୁଷ୍କର୍ମ କରିଥିଲା ବୋଲି ସରୋଜ ସ୍ୱୀକାର କରିଛି । ମୃତଦେହକୁ ସେ ଝୋଟ ବସ୍ତାରେ ପୂରାଇ ପୋଖରୀରେ ଫିଙ୍ଗି ଦେଇଥିଲା । ବସ୍ତାରେ ମୃତ ଦେହ ଓ ଫ୍ରକ ପୂରାଇ ପୋଖରୀ ଭିତରକୁ ଫିଙ୍ଗି ଦେଇଥିଲା । କିନ୍ତୁ ଝିଅର ଲେଗନିସକୁ ନେବାକୁ ଭୁଲି ଯାଇଥିଲା । ପରେ ସେ ଲେଗିନସ ନେଇ ପୋଖରୀରେ ଫିଙ୍ଗିଥିଲା । ଲେଗନିସ ଉଦ୍ଧାର ପାଇଁ ପୋଖରୀକୁ ଶୁଖାଯାଉଛି ବୋଲି ସେ କହିଥିଲେ । ହତ୍ୟା ବା ଦୁଷ୍କର୍ମ ପାଇଁ ସେ ପୂର୍ବ ପ୍ରସ୍ତୁତି କରିନଥିଲା ବୋଲି ସରୋଜ ସ୍ୱୀକାର କରିସାରିଛି ।