ଜାଣନ୍ତୁ କାହିଁକି ମାସ୍କ ପିନ୍ଧି କଲେ କିସ୍ ।
ଜାଣନ୍ତୁ କାହିଁକି ମାସ୍କ ପିନ୍ଧି କଲେ କିସ୍ ।
admin
Feb 24, 2020 - 09:10
Updated: Feb 24, 2020 - 09:10
ବିଶ୍ୱବାସୀ ଏବେ କରୋନା ଭାଇରସକୁ ନେଇ ଆତଙ୍କିତ ଥିବା ବେଳେ ଫିଲିପିନ୍ସରେ ଏକ ସମୂହ ବିବାହ ଉତ୍ସବରେ ନବଦମ୍ପତିଙ୍କ ଚୁମ୍ବନ ଦୃଶ୍ୟ ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରିଛି । କରୋନା ଭାଇରସକୁ ନଜରରେ ରଖି ସେଣ୍ଟ୍ରାଲ ଫିଲିପିନ୍ସରେ ୨୨୦ ନବଦମ୍ପତି ବେଶ ସାବଧାନତାର ସହ ବିବାହ କରିଛନ୍ତି । ଏ ଅବସରରେ ସମସ୍ତେ ମୁହଁରେ ମାସ୍କ ପିନ୍ଧିଛନ୍ତି । ସବୁଠାରୁ ରୋଚକ କଥା ହେଉଛି ମାସ୍କ ପିନ୍ଧି ଦମ୍ପତି ପରସ୍ପରକୁ ଚୁମ୍ବନ ଦେଇଛନ୍ତି ଏବଂ ନିଜର ବୈବାହିକ ଜୀବନ ଆରମ୍ଭ କରିଛନ୍ତି । ତଟୀୟ ସହର ବାଲୋକୋଡ ଦ୍ୱାରା ଏହି ସାମୂହିକ ବିବାହ ଉତ୍ସବରେ ନବଦମ୍ପତିଙ୍କ ସମ୍ପର୍କୀୟମାନେ ଯୋଗ ଦେଇଥିଲେ । ସିଟି ହଲ୍ର ଲବି ଧଳା ରଙ୍ଗର ଗାଉନ ଓ ଶାର୍ଟର ସମୁଦ୍ର ପରି ଦିଶୁଥିଲା । ଆଉ ମୁହଁରେ ଥିଲା ନୀଳ ରଙ୍ଗର ମାସ୍କ, ଯାହା ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ଥିଲା । ସିଟି ହଲ ଅଧିକାରୀଙ୍କ ଦ୍ୱାର ଏହି ମାସ୍କ ସମସ୍ତଙ୍କୁ ପ୍ରଦାନ କରାଯାଇଥିଲା । ମାସ୍କ ପିନ୍ଧି ଚୁମ୍ବନ ଦେବାର ଅନୁଭବ ଭିନ୍ନ ହେଲା ମଧ୍ୟ ବର୍ତ୍ତମାନ ପରିସ୍ଥିତି ପାଇଁ ତାହା ଜରୁରୀ ବୋଲି ଦମ୍ପତିଙ୍କ ମଧ୍ୟରୁ ଜଣେ କହିଛନ୍ତି । ପ୍ରତିଯୋଗୀମାନଙ୍କୁ ପ୍ରଥମେ ସେମାନଙ୍କର ଶେଷ ୧୪ ଦିନର ଯାତ୍ରା ଇତିହାସର ସମସ୍ତ ସ୍ୱାସ୍ଥ୍ୟ ସମ୍ପର୍କିତ କାଗଜପତ୍ର ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ନିକଟରେ ଦାଖଲ କରିବାକୁ ପଡ଼ିଥିଲା । ଭାଲେଣ୍ଟାଇନ୍ସ ଡେ’ପରେ ପାରମ୍ପରିକ ଭାବେ ଏହି ସହରର ଏକ ବାର୍ଷିକ ସାମୂହିକ ବିବାହ ଉତ୍ସବର ଆୟୋଜନ ହୋଇଥାଏ । ୨୦୧୩ ରେ ୨୦୧୩ ଦମ୍ପତି ଏଥିରେ ସାମିଲ ହୋଇଥିଲେ ।