କଂଗ୍ରେସକୁ ସମର୍ଥନ କରି ପ୍ରଚାର ଆରମ୍ଭ କଲା ସିପିଆଇ

କଂଗ୍ରେସକୁ ସମର୍ଥନ କରି ପ୍ରଚାର ଆରମ୍ଭ କଲା ସିପିଆଇ

କଂଗ୍ରେସକୁ ସମର୍ଥନ  କରି ପ୍ରଚାର ଆରମ୍ଭ କଲା ସିପିଆଇ
ଭୁବନେଶ୍ୱର : ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଚଳିତ ଲୋକସଭା ଓ ବିଧାନସଭା ନିବାଚନରେ କଂଗ୍ରେସ ଦଳକୁ ସମର୍ଥନ କରି ପ୍ରଚାର ଅଭିଯାନ ଆରମ୍ଭ କରିଛି । ରାଜ୍ୟରେ ନବିନ ପଟ୍ଟନାୟକ ବିଜେଡି ସରକାର ୧୯ ବର୍ଷ ଶାସନ କରିଛି । ରାଜ୍ୟରେ ବେକାରି ବଢିଛି । ଓଡିଶାର ର ପିଲା ମାନେ ବାହାର ରାଜ୍ୟ କୁ ଦାଦନ ଖଟିବାକୁ ଯାଉଛନ୍ତି । ରାଜ୍ୟରେ ନାରୀ ନିର୍ଯାତନା ବଢିବା ସହ ଅଫିସର ରାଜ ବଢିଛି । ଏଭଳି ଏକ ସ୍ଥାଣୁ ସରକାରକୁ ଗାଦିଚ୍ୟୁତ କରିବା ପାଇ ସିପିଆଇ ଆହ୍ୱାନ ଦେଇଛି । ସେହିପରି ବିଜେପି ନେତ୍ୃତ୍ୱରେ ଏନ.ଡି.ଏ ସରକାର ଏ ଦେଶର ଐକ୍ୟ, ଅଖଣ୍ଡତା,ସାଂପ୍ରଦାୟିକ, ଭାଇଚାରାକୁ ନଷ୍ଟ କରିବା ସହ ଦେଶର ଗଣତନ୍ତ୍ର ଓ ସମ୍ବାଧାନ ପ୍ରତି ବିପଦ ସୃଷ୍ଟି କରିଛି । ଦେଶରେ ବେକାରି ବୃଦ୍ଧି ପାଇଛି । ଦରଦାମ ବଢିଛି । କୃଷକ ଆତ୍ମହତ୍ୟା ବଢୁଛି । ଦୁର୍ନିତି ଓ ଭ୍ରଷ୍ଟାଚାର ବଢିବା ବେଳେ ସମସ୍ତ ସାମ୍ବାଧାନିକ ସଂସ୍ଥା ସିବିଆଇ, ଇଡି, ସିଡିସି, ସିଇସି, ସିଆଇସି ସବୁକୁ ଛାରଖାର କରି ଦିଆଗଲାଣି । ୨୦୧୪ ନିବାଚନରେ ନରେନ୍ଦ୍ର ମୋଦି ଦେଇଥିବା ପ୍ରତିଶ୍ରୃୁତି ଦେଇଥିଲେ । ୫ ବର୍ଷ ପରେ ସବୁ କ୍ଷେତ୍ରରେ ବିଫଳ ହୋଇଛି । ଦରଦାମ ବୃଦ୍ଧି ବହୁ ଗୁଣିତ ହୋଇଛି । ଯେତେବେଳେ ଆନ୍ତର୍ଜୀତୀୟ ବଜାରରେ ସଂଶୋଧିତ ତୈଳ ଦର ଯଥେଷ୍ଟ କମିଛି ।ବିଜେଡି ସରକାରକୁ ଗାଦିଚ୍ୟୁତ କରିବା ପାଇଁ ସିପିଆଇ,ସିପିଏମ୍,ଜେଏମଏସ ମେଂଟ ହୋଇଛି । କୋରାପୁଟ ଲୋକ ସଭାଆସନରେ ସପ୍ତଗିରି ଉଲକା, ନବରଙ୍ଗପୁର ଆସନରେ ପ୍ରଦୀପ ମାଝୀ, ଜୟପୁର ବିଧାନସଭା ଆସନରେ ବିଧାୟକ ତାରା ପ୍ରସାଦ ବାହିନିପତିଙ୍କ ସହ ଜିଲାର ଅନ୍ୟ ଆସନ ରେ କଂଗ୍ରେସ ପ୍ରାର୍ଥିଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବା ଜନସାଧାରଣକୁ ନିବେଦନ କରି ସିପିଆଇର ଜିଲା ସମ୍ପାଦକ ଯୁଧିଷ୍ଟିର ରାଉଳ, ରାମ କୃଷ୍ଣ ଦାସ, ବେଣୁ ମାଧବ ସାହୁ ପ୍ରମୁଖ କଂଗ୍ରେସ ସପକ୍ଷରେ ପ୍ରଚାର ଜୋରସୋରରେ ଚଲାଇଛନ୍ତି ।