ଜାଣନ୍ତୁ, ଶୀତଦିନେ କେମିତି ଗୋଲାପ ଭଳି କୋମଳ ହୋଇଯିବ ଆପଣଙ୍କ ଓଠ
ଜାଣନ୍ତୁ, ଶୀତଦିନେ କେମିତି ଗୋଲାପ ଭଳି କୋମଳ ହୋଇଯିବ ଆପଣଙ୍କ ଓଠ
admin
Jan 20, 2021 - 11:25
Updated: Jan 20, 2021 - 11:25
ଗୋଲାପି ଓଠ ଚେହେରାକୁ ଅଧିକ ସୁନ୍ଦର କରିଦେଇଥାଏ । ଖାସ୍ କରି ଯୁବତୀ ଓ ମହିଳାଙ୍କ ପାଇଁ ସୁନ୍ଦର ଓଠ ବହୁତ ଗୁରୁତ୍ୱ ରଖିଥାଏ । କିନ୍ତୁ ବଦଳୁଥିବା ପାଣିପାଗ ଯୋଗୁଁ ଏବଂ ଥଣ୍ଡା ସମୟରେ ଓଠର ସୁନ୍ଦରତା ଗାଏବ ହୋଇଯାଏ । ଶୀତ ଦିନେ ଆମେ ଚେହେରାର ଧ୍ୟାନ ରଖିଥାଉ କିନ୍ତୁ ଓଠକୁ ଅଣଦେଖା କରିଦେଉ । ଫଳରେ ଓଠ ଫାଟିଯାଏ ଏବଂ ବେଳେବେଳେ ରକ୍ତ ମଧ୍ୟ ବାହାରିଥାଏ । ଶୀତ ଦିନେ ଓଠ ଫାଟିବା ଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ ମହିଳାମାନେ ବହୁତ ଚିନ୍ତା କରିଥାନ୍ତି । କେବଳ ମହିଳା ନୁହେଁ ବରଂ ପୁରୁଷମାନେ ମଧ୍ୟ ଏଥିପାଇଁ ବେଶ୍ ଚିନ୍ତିତ ଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଘରୋଇ ଟିପ୍ସ ଦେବୁ ଯାହା ଫଳରେ ଆପଣଙ୍କ ଓଠ ସବୁବେଳେ ସୁନ୍ଦର ଏବଂ କୋମଳ ରହିବ ।
ପ୍ରତିଦିନ ଆପଣାନ୍ତୁ ଏହି ଛୋଟ ଉପାୟ
ପ୍ରତିଦିନ ଓଠରେ ପେଟ୍ରୋଲିୟମ୍ ଜେଲି, ଗ୍ଲିସୋରିନ୍ ଏବଂ ନଡିଆ ତେଲ ଲଗାନ୍ତୁ ।
ବିଶେଷଜ୍ଞଙ୍କ ଅନୁସାରେ ଶୀତରେ ସ୍କିନ୍ ଭଳି ଓଠକୁ ମଧ୍ୟ ନରମ ଆବଶ୍ୟକତା ରହିଥାଏ । ଏଥିପାଇଁ ଏହି ପାଗରେ ପାଣି, ଜୁସ୍, ଫଳ ଓ ପନିପରିବା ଅଧିକ ମାତ୍ରାରେ ସେବନ କରନ୍ତୁ ।
ଯଦି ଆପଣ ଘର ବାହାରକୁ କେଉଁଆଡେ ଯାଉଛନ୍ତି ତେବେ ଓଠକୁ ନରମ ରଖିବା ପାଇଁ ଏସପିଏଫ ଯୁକ୍ତ ଲିପ୍ ଗ୍ଲାସ୍ ନିଶ୍ଚୟ ଲଗାନ୍ତୁ ।
ଶୀତରେ ଆପଣ ଯଦି କୌଣସି ପାର୍ଟି କିମ୍ବା ବିବାହ ଉତ୍ସବକୁ ଯାଉଛନ୍ତି ତେବେ ମେଟ୍ ଲିପଷ୍ଟିକ୍ ବଦଳରେ କ୍ରିମି ଲିପିଷ୍ଟିକ୍ ଲଗାନ୍ତୁ ।
ଓଠର ରଙ୍ଗ ଗୋଲାପି ରଖିବା ପାଇଁ ନିୟମିତ ସ୍କ୍ରବିଂ କରନ୍ତୁ । ସ୍କ୍ରବିଂ କରିବା ଫଳରେ ଓଠର ଶୁଷ୍କ ଆସ୍ତରଣ ହଟିଯାଏ ଏବଂ ପୁଣି ଓଠ ସୁନ୍ଦର ହୋଇଯାଏ ।