ଜାନୁଆରୀ ୨୬ରୁ ଆଦିବାସୀ ମେଳା

ଜାନୁଆରୀ ୨୬ରୁ ଆଦିବାସୀ ମେଳା

ଜାନୁଆରୀ ୨୬ରୁ ଆଦିବାସୀ ମେଳା
ଭୁବନେଶ୍ୱର: ଏବର୍ଷ ଆଦିମେଳା ହେବାକୁ ଯାଉଛି । କରୋନା ଭୟ ଯୋଗୁଁ ସମସ୍ତେ ଜାଣିଥିଲେ ଯେ ଏବର୍ଷ ଆଦିବାସୀ ମେଳା ବୋଧେ ହେବନି । ଜାନୁଆରୀ ୨୬ରୁ ଆଦିବାସୀ ମେଳା ଆରମ୍ଭ ହେବ । ଏନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଜାନୁଆରୀ ୨୬ରୁ ଫେବୁଆରୀ ୯ ତାରିଖ ଯାଏ ଆଦିବାସୀ ମେଳା ଚାଲିବ । ପ୍ରତିବର୍ଷ ଆଦିବାସୀ ମେଳା ପ୍ରଦର୍ଶନି ପଡିଠାରେ ଅନୁଷ୍ଠିତ ହୋଇ ଆସୁଥିଲା କିନ୍ତୁ ଏବର୍ଷ ୟୁନିଟ-୧ ଆଦିବାସୀ ପଡିଆରେ ଅନୁଷ୍ଠିତ ହେବ । ଦୈନିକ ପୂର୍ବାହ୍ନ ୧୧ଟାରୁ ସଂଧ୍ୟା ୭ ଯାଏ ମେଳା ଚାଲିବ । ଏବର୍ଷ ଆଦିବାସୀ ମେଳା ଦେଖିବାକୁ ଅନଲାଇନରେ ରେଜିଷ୍ଟ୍ରସନ ବ୍ୟବସ୍ଥା କରାଯାଇଛି । ଜାନୁଆରୀ ୨୩ରୁ ରେଜିଷ୍ଟ୍ରସନ ଆରମ୍ଭ ହେଉଛି । କୋଭିଡ ନିୟମ ମାନି ମେଳା ଆୟୋଜନ କରିବାକୁ ନିଷ୍ପତି ନିଆଯାଇଛି । ସୂଚନାଯୋଗ୍ୟଯେ, ପ୍ରତିବର୍ଷ ଜାନୁଆରୀ ୨୬ରୁ ଆଦିବାସୀ ମେଳା ଆରମ୍ଭ ହୋଇଥାଏ । କିନ୍ତୁ କରୋନା କଟକଣା ଯୋଗୁଁ ମେଳା ହେବ କି ନାହିଁ ସେନେଇ ଠୋସ ନିଷ୍ପତି ନିଆଯାଇନଥିଲା । କିନ୍ତୁ ସରକାରୀସ୍ତରରେ ବିଚାରବିମର୍ଷ ପରେ ମେଳା ପାଇଁ ନିଷ୍ପତି ହୋଇଛି । ମେଳାରେ ପୂର୍ବାପେକ୍ଷା କମ ଷ୍ଟଲ ଲାଗିବ ବୋଲି ଜାଣିବାକୁ ମିଳିଛି । ଏହି ମେଳାରେ ଆଦିବାସୀ କଳା, ସଂସ୍କୃତି ସହ ବିଭିନ୍ନ ଜନଜାତିର ଚଳଣୀ ଆଦି ପ୍ରଦର୍ଶିତ ହୋଇଥାଏ । ସେହି ସବୁ ଅଂଚଳରେ କିଭଳି ବିକାଶ କାର୍ଯ୍ୟ କରାଯାଇଛି ତାହା ବି ପ୍ରଦର୍ଶିତ ହୋଇଥାଏ । ଆଦିବାସୀ ସାମଗ୍ରୀ ମଧ୍ୟ ବିକ୍ରୟ କରାଯିବା ସହ ଅନ୍ୟ ଅଂଚଳର ଖାଦ୍ୟ ଷ୍ଟଲ ପ୍ରତି ଲୋକମାନେ ଆକର୍ଷିତ ହୋଇଥା’ନ୍ତି ।