‘ତୁ କହିଦେ ଆଇ ଲଭ୍ ୟୁ’

‘ତୁ କହିଦେ ଆଇ ଲଭ୍ ୟୁ’

‘ତୁ କହିଦେ ଆଇ ଲଭ୍ ୟୁ’
‘ତୁ କହିଦେ ଆଇ ଲଭ୍ ୟୁ’ । ଉଭୟେ ଉଭୟଙ୍କୁ ଆଗ ଆଇ ଲଭ୍ ୟୁ କହିବାକୁ କହୁଛନ୍ତି । ଏତିକି ବେଳେ ରାକେଶଙ୍କ ପାଟିରୁ ବାହାରିଗଲା ଆଇ ଲଭ୍ ୟୁ । ଉକ୍ରଣ୍ଠାର ସହ ଅପେକ୍ଷା କରିଥିବା ଦିବ୍ୟା ଏକଥା ଶୁଣି ସଙ୍ଗେ ସଙ୍ଗେ ରାକେଶଙ୍କ ବାହୁ ବନ୍ଧନ ଭିତରକୁ ଚାଲି ଆସିଲେ । ବିଏମ୍ ପ୍ରଡକ୍ସନ ବ୍ୟାନରରେ ଏମିତି କିଛି ପ୍ରେମଭରା କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ‘ତୁ କହିଦେ ଆଇ ଲଭ୍ ୟୁ’ । ସିନେମାର ଅଭିନେତା ରାକେଶ ଓ ନାୟିକା ଦିବ୍ୟା ଲିଡ଼ରେ ଅଭିନୟ କରିଛନ୍ତି । ଏହାର ପ୍ରଯୋଜନା ବିକ୍ରମ ମହାପାତ୍ର କରୁଥିବା ବେଳେ ସାଥୀରେ ଅଛନ୍ତି ପ୍ରଭାତକୁମାର ମହାପାତ୍ର । ସଙ୍ଗୀତରେ ନବ ସରୋଜ ଏବଂ ଦୁର୍ଗା, ସମ୍ପାଦନାରେ ରାକେଶ ଦାଶ ଥିବା ବେଳେ ଚିତ୍ରନାଟ୍ୟ ଓ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ସତ୍ୟବ୍ରତ ନାୟକ । ପୂର୍ବରୁ ଭିନ୍ନ ଭିନ୍ନ ସିନେମାରେ ଉଭୟ କଳାକାରଙ୍କ ଦକ୍ଷତାକୁ ପରଖି ସାରିଥିବା ଦର୍ଶକ ଏ ଯୋଡ଼ିଙ୍କଠାରୁ ଅଧିକ ଆଶା ରଖିଛନ୍ତି ।