ଅକ୍ଷୟ କୁମାରଙ୍କ ଆୟ ସବୁଠୁ ଅଧିକ

ଅକ୍ଷୟ କୁମାରଙ୍କ ଆୟ ସବୁଠୁ ଅଧିକ

ଅକ୍ଷୟ କୁମାରଙ୍କ ଆୟ ସବୁଠୁ ଅଧିକ
ବିଶ୍ୱର ସର୍ବାଧିକ ଆୟକାରୀ କଳାକାରଙ୍କ ମଧ୍ୟରୁ ବଲିଉଡ଼ ଅଭିନେତା ଅକ୍ଷୟ କୁମାର ଜଣେ । ୨୦୧୯ “ଫୋବର୍ସ” ପତ୍ରିକା ଅନୁସାରେ ଅକ୍ଷୟଙ୍କ ଗୋଟିଏ ବର୍ଷର ଆୟ ରହିଛି ୪୪୪ କୋଟି ଟଙ୍କା । ବିଶ୍ୱର ଜଣେ ଜଣିଆ ସର୍ବାଧିକ ଆୟକାରୀ କଳାକାରଙ୍କ ତାଲିକାରେ ତାଙ୍କ ସ୍ଥାନ ତେତିଶ । ଏହି ସମ୍ମାନ ଜନକ ଅନ୍ତର୍ଜାତୀୟ ପତ୍ରିକାରେ ଜଣେ ମାତ୍ର ଭାରତୀୟ ତଥା ବଲିଉଡ଼ କଳାକାର ଭାବେ ଅକ୍ଷୟ ନିଜ ନାଁକୁ ସାମିଲ କରିବାରେ ସମର୍ଥ ହୋଇଛନ୍ତି । ଏହି କ୍ରମରେ ସେ ‘ଭାରତ’ ଷ୍ଟାର ସଲମାନ ଏବଂ ‘କିଙ୍ଗ ଖାନ ଶାହାରୁକଙ୍କୁ ପଛରେ ପକାଇ ଦେଇଛନ୍ତି । ତାଲିକାର ଶୀର୍ଷରେ ଅଛନ୍ତି ପ୍ରସିଦ୍ଧ ଆମେରୀକୀୟ ପୋପ ଗାୟିକା ଟେଲର ସ୍ୱିଫଟ, ତାଙ୍କ ଆୟ ବାର୍ଷିକ ୧୮୫ ନିୟୁତ ଡଲାର । ରିହାନ୍ନା, ଜାକି ଚାନ, ସ୍କାରଲେଟ ଜୋନସନ, କ୍ରିସ ଇଭାନସ, କେଟୀ ପେରୀଙ୍କ ଭଳି ବହୁ ଖ୍ୟାତିନାମା ସେଲିବ୍ରେଟୀ ଅକ୍ଷୟଙ୍କ ପଛରେ ଅଛନ୍ତି । ଯାହା ତାଙ୍କ ପେସାଦାର ଜୀବନରେ ଏକ ଉଲ୍ଲେଖନୀୟ ଅନୁଭୂତି । ଅକ୍ଷୟ ଏବେ ବଲିଉଡର ଅନ୍ୟତମ ବ୍ୟସ୍ତ କଳାକାର । ତାଙ୍କ ଫିଲ୍ମ ତାଲିକା ବେଶ ଲମ୍ବା ‘କେଶରୀ’ର ଅସମ୍ଭବ ସଫଳତା ପରେ, ଅଗଷ୍ଟରେ ଆସୁଛି ‘ମଙ୍ଗଲ ମିଶନ’ । ବର୍ଷ ଶେଷ ଆଡ଼କୁ ପୁଣି ‘ହାଉସଫୁଲ ୪’ ଓ ‘ଗୁଡ଼ ନ୍ୟୁଜ୍’ । ବହୁ ଚର୍ଚ୍ଚିତ ‘ଲକ୍ଷ୍ମୀ ବୋମ୍’ ଏବଂ ‘ସୂର୍ଯ୍ୟବଂଶୀ’ରେ ମଧ୍ୟ ଅକ୍ଷୟ ଅଭିନୟ କରିଛନ୍ତି । ଏ ଦୁଇଟି ଫିଲ୍ମ ୨୦୨୦ ରେ ପରଦାକୁ ଆସିବ ।