କରୋନା କଟକଣା ଆଇନକୁ ନିଜ ହାତକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ତି୍ରପୁରାର ଜଣେ ଜିଲ୍ଲାପାଳ
କରୋନା କଟକଣା ଆଇନକୁ ନିଜ ହାତକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ତି୍ରପୁରାର ଜଣେ ଜିଲ୍ଲାପାଳ
admin
Apr 29, 2021 - 12:33
Updated: Apr 29, 2021 - 12:33
ଅଗରତାଲା: କରୋନା କଟକଣା ଆଇନକୁ ନିଜ ଆତକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ତି୍ରପୁରାର ଜଣେ ଜିଲ୍ଲାପାଳ । ରାତି୍ରକାଳୀନ କର୍ଫୁ୍ୟ ବଳବତ୍ତର ଥିବା ବେଳେ ରାଜଧାନୀ ଅଗରତାଲାଠାରେ ମଙ୍ଗଳବାର ରାତିରେ ଆୟୋଜିତ ଏକ ବିବାହ ଭୋଜିରେ କରୋନା କଟକଣା ପାଳନ ହେଉନଥିବା ଖବର ପାଇ ସେଠାରେ ପହଞ୍ଚି ଯାଇଥିଲେ ଜିଲ୍ଲାପାଳ ଶୈଳେନ୍ଦ୍ର ଯାଦବ । ସେଠାରେ ବିପୁଳ ଜନସମାଗମ ସହ କିଛି ପୁଲିସ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ ଓ ସମସ୍ତେ କଟକଣାର ଖୋଲା ଉଲ୍ଲଘଂନ କରୁଥିଲେ । କେହି ତୁଣ୍ଡି ପିନ୍ଧି ନଥିଲେ । ଏହା ଦେଖି ସେ ଉତକ୍ଷିପ୍ତ ହୋଇପଡ଼ିଥିଲେ । ପ୍ରଥମେ ସେ ପୁଲିସ କର୍ମଚାରୀଙ୍କୁ ତାଗିଦା କରିବା ସହ ବରଙ୍କୁ ଥାନାକୁ ନେଇଯିବା ପାଇଁ ନିଦେ୍ର୍ଧଶ ଦେଇଥିଲେ । ଏଥିସହିତ ଉପସ୍ଥିତ ଲୋକଙ୍କୁ ମଧ୍ୟ ତାଗିଦ କରିଥିଲେ । କିନ୍ତୁ ଏହାକୁ କେହି ଖାତିର କରିନଥିଲେ । ଏହି ଘଟଣା ପରେ ସେ ବରଙ୍କୁ ମଧ୍ୟ ତାଗିଦା କରିଥିଲେ । ଯେଉଁମାନେ ତାଙ୍କ ସହ ଯୁକ୍ତି କରିଥିଲେ ସମସ୍ତଙ୍କୁ ଜିଲ୍ଲାପାଳଙ୍କ ତାଗିଦାର ଆପତ୍ତି କରିବା ସହ ଯୁକ୍ତିତର୍କ କରିଥିଲେ । ଏହି ସମୟରେ ବର ଓ କନ୍ୟା ପକ୍ଷ ବିବାହ ଅନୁମତି ପତ୍ର ଦେଖାଇବାରେ ଜିଲ୍ଲାପାଳ ଏହାକୁ ଚିରି ଦେଇଥିଲେ । ସେ ଅଧିକ ରାଗିଯାଇ ପୁରୋହିତଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ । ପରେ ସେ ବିବାହ ମଣ୍ଡପରେ ତାଲା ପକାଇ ଦେଇଥିଲେ । ଉପସ୍ଥିତ ପୁଲିସ କର୍ମଚାରୀ ତାଙ୍କୁ ସୂଚନା ଦେଇ ନଥିବାରୁ ତାଙ୍କୁ ନିଲମ୍ବନ ପାଇଁ ଜିଲ୍ଲାପାଳ ନିଦେ୍ର୍ଧଶ ଦେଇଛନ୍ତି ।