୨ ଭଉଣୀଙ୍କ ଶବକୁ କେହି ଛୁଇଁଲେନି, ପୋଲିସ କଲା ଦାହ ସଂସ୍କାର

୨ ଭଉଣୀଙ୍କ ଶବକୁ କେହି ଛୁଇଁଲେନି, ପୋଲିସ କଲା ଦାହ ସଂସ୍କାର

୨ ଭଉଣୀଙ୍କ ଶବକୁ କେହି ଛୁଇଁଲେନି, ପୋଲିସ କଲା ଦାହ ସଂସ୍କାର
କବିସୂର୍ଯ୍ୟନଗର: ଘର ଭିତରେ ଦୁଇ ଭଉଣୀଙ୍କ ମୃତଦେହ ପଡ଼ି ରହିଥିଲା । ସନେ୍ଦହଜନକ କୋଭିଡ ମୃତୁ୍ୟ ହୋଇଥିବା ଚର୍ଚ୍ଚା ହୋଇଥିଲା । କରୋନା ସଂକ୍ରମଣ ଭୟରେ ଏ ନେଇ ପାଖ ପଡେ଼ାଶୀ ଠାରୁ ବନ୍ଧୁ ବାନ୍ଧବ ମଧ୍ୟ ଆସିଲେନି । ମାତ୍ର ଆଜିବି କିଛି ଲୋକଙ୍କ ଯୋଗୁଁ ମାନବିକତା ବଞ୍ଚି ରହିଛି । ଏହାର ଏକ ଉଦାହରଣ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅଧୀନରେ ଦେଖିବାକୁ ମିଳିଛି । ଦୁଇ ଭଉଣୀଙ୍କ ମୃତଦେହ ଉଦ୍ଧାର କରି ପୁଲିସ କର୍ମଚାରୀ ଅନ୍ତିମ ସକ୍ରାର କରିଛନ୍ତି । ସୁନାପଲ୍ଲି ପଞ୍ଚାୟତ ଅଶିଣିପୁର ଗାଁ ହରିଜନ ସାହିର ଘଟଣା । ଗୋଟିଏ ପରିବାର ଦୁଇ ବୃଦ୍ଧା ଭଉଣୀ କିଛି ଦିନ ହେଲା ଜ୍ୱରରେ ଆକ୍ରାନ୍ତ ଥିଲେ । ମଙ୍ଗଳବାର ରାତିରେ ଉଭୟଙ୍କ ମୃତୁ୍ୟ ହୋଇଛି । ସେମାନେ ହେଲେ ସ୍ୱର୍ଗତ ଭାସ୍କର ନାହାକଙ୍କ ପତ୍ନୀ ଶାନ୍ତି (୬୭) । ଓ କାମରାକୁ ନାହାକଙ୍କ ପତ୍ନୀ ଅହଲ୍ୟା (୬୫) । କରୋନା ଭୟରେ କେହି ଶବ ଉଦ୍ଧାର କରିବାକୁ ଆସିଲେ ନାହିଁ । ଉଭୟ ଭିକ୍ଷାବୃତ୍ତି କରି ଚଳୁଥିଲେ । ବିଡିଓ ପିପିଟି କିଟ୍ ଦେବା ପରେ କବିସୂର୍ଯ୍ୟନଗର ପୁଲିସ ଘରୁ ଶବ ଉଦ୍ଧାର କରି ଗାଁ ଶ୍ମଶାନରେ ଅନ୍ତିମ ସକ୍ରାର କରିଛି ।