ହାତ ଧୋଇବା ପରେ ଶୁଖାଇବାର ଆବଶ୍ୟକତା

ହାତ ଧୋଇବା ପରେ ଶୁଖାଇବାର ଆବଶ୍ୟକତା

ହାତ ଧୋଇବା ପରେ ଶୁଖାଇବାର ଆବଶ୍ୟକତା
କରୋନା ଭାଇରସ୍‌ କବଳରୁ ରକ୍ଷା ପାଇବାକୁ ଚାହୁଁଥିଲେ, ନିୟମିତ ଭାବେ ୨୦ ସେକେଣ୍ଡ ଦିନକୁ ୫-୬ଥର ସାବୁନ କିମ୍ବା ହ୍ୟାଣ୍ଡ ୱାଶ୍‌ରେ ହାତ ଧୋଇବା ଉଚିତ ବୋଲି ବିଶେଷଜ୍ଞ ପରାମର୍ଶ ଦେଉଛନ୍ତି। ଲୋକେ ଏହି ନିୟମକୁ ପାଳନ କରୁଥିବାବେଳେ ହାତ ପୋଛିବାକୁ କିମ୍ବା ଶୁଖାଇବାକୁ ସେତେଟା ଗୁରୁତ୍ବ ଦେଉନଥିବାର ଦେଖାଯାଉଛି। ହାତ ଧୋଇବା ପରେ ଆଣ ଏୟାର୍‌ ଡ୍ରାଏର୍‌ରେ ହାତ ଶୁଖାନ୍ତୁନାହିଁ। ଏହା ଦ୍ବାରା ସଂକ୍ରମିତ ରୋଗ ବ୍ୟାପିବାର ଭୟ ଅଧିକ ବୋଲି ବିଭିନ୍ନ ଅନୁସନ୍ଧାନରୁ ଜଣାପଡ଼ିଛି। – ଅନ୍ୟ ପାଖେ ତଉଳିଆରେ ହାତ ପୋଛୁଥିଲେ, ତାହା ମଧ୍ୟ ପରିଷ୍କାର ରହିବା ଜରୁରୀ। ଘରର ସମସ୍ତ ତଉଲିଆକୁ ଖରାରେ ଶୁଖାଇବା ଦରକାର। – ହାତ ଶୁଖାଇବାର ସବୁଠୁ ଉତ୍ତମ ଉପାୟ ହେଲା, ଟିସୁ ପେପର୍‌ରେ ପୋଛି ତାହାକୁ ଫିଙ୍ଗି ଦିଅନ୍ତୁ। ବିଶେଷଜ୍ଞଙ୍କ ମତରେ ହାତ ଶୁଖିବା ପରେ ତୁରନ୍ତ କୌଣସି ଏକ କ୍ରିମ୍ ଲଗାଇ ନେବେ। ଓଦା ତ୍ବଚାରେ ସଂକ୍ରମଣର ଭୟ ଅଧିକ ଥାଏ, ଏଣୁ ହାତ ଧୋଇବା ପରି ଶୁଖାଇବା ମଧ୍ୟ ଜରୁରୀ।