ନ୍ୟାୟ ପ୍ରଦାନ ପାଇଁ ରାଜ୍ୟ ପୁଲିସ ସକ୍ଷମ : ଦିବ୍ୟଶଙ୍କର ମିଶ୍ର

ନ୍ୟାୟ ପ୍ରଦାନ ପାଇଁ ରାଜ୍ୟ ପୁଲିସ ସକ୍ଷମ : ଦିବ୍ୟଶଙ୍କର ମିଶ୍ର

ନ୍ୟାୟ ପ୍ରଦାନ ପାଇଁ ରାଜ୍ୟ ପୁଲିସ ସକ୍ଷମ : ଦିବ୍ୟଶଙ୍କର ମିଶ୍ର
‘ନାରୀଙ୍କ ସୁରକ୍ଷା ଓ ସମ୍ମାନ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ’ ଭୁବନେଶ୍ୱର : ମହିଳାଙ୍କ ବିରୋଧରେ ହିଂସାକୁ ହ୍ରାସ କରିବା ସହ ସେମାନଙ୍କର ସୁରକ୍ଷା ଓ ସମ୍ମାନ ରକ୍ଷା ପାଇଁ ରାଜ୍ୟ ସରକାର ଗୁରୁତ୍ୱାରୋପ କରୁଛନ୍ତି । ରାଜ୍ୟରେ ମହିଳାଙ୍କ ପାଇଁ ଏକ ନିରାପଦ ପରିବେଶ ସୃଷ୍ଟି କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ରାଜ୍ୟ ପୁଲିସର ଦକ୍ଷତା ରହିଛି । ନ୍ୟାୟ ପ୍ରଦାନ ପାଇଁ ପୁଲିସ ସକ୍ଷମ । ଅତୀତରେ କେତେକ ମାମଲା ସିବିଆଇ ଓ ଏସଆଇଟି ଦ୍ୱାରା କରାଯାଇଥିବାବେଳେ ପୁଲିସର ତଦନ୍ତ ରିପୋର୍ଟ ସହ ଏହା ମେଳ ଖାଇଥିଲା । ସ୍ମିତାରାଣୀ ମୃତୁ୍ୟ ପ୍ରସଙ୍ଗରେ ଆସିଥିବା ମୁଲତବୀ ଆଲୋଚନାର ଉତର ରଖି ଏହା କହିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଅପରପକ୍ଷରେ ମନ୍ତ୍ରୀଙ୍କ ଉତରରେ ଅସନ୍ତୋଷ ବ୍ୟକ୍ତ କରି କଂଗ୍ରେସ ଗୃହରୁ କକ୍ଷତ୍ୟାଗ କରିଥିଲା । ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ମୁଲତବୀ ଆଲୋଚନାର ଉତର ରଖି ମନ୍ତ୍ରୀ ଶ୍ରୀ ମିଶ୍ର କହିଲେଯେ, ହରିଦାସପୁର ପଂଚାୟତ ସମ୍ପ୍ରସାରଣ ଅଧିକାରୀ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ ଦେହ ହରିଦାସପୁର ସରଂପଚଙ୍କ ସ୍ୱାମୀ ରୁପେଶ ଭଦ୍ରାଙ୍କ ଅତିଥିଗୃହରେ ଝୁଲୁଥିବା ଅବସ୍ଥାରେ ମିଳିଥିଲା । ତାଙ୍କ ପିତାଙ୍କ ଏତଲା ଆଧାରରେ ଏକ ଅପମୃତୁ୍ୟ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଇଛି । ତଦନ୍ତ ସମୟରେ ଏକଜକୁ୍ୟଟିଭ ମାଜିଷ୍ଟ୍ରେଟ ଓ ସାକ୍ଷୀଙ୍କ ଉପସ୍ଥିତିରେ ମୃତ ଦେହର ପଂଚନାମା କରାଯାଇଥିଲା । ଡାକ୍ତରୀ ଦଳ ଶବ ବ୍ୟବଚ୍ଛେଦ କରିଥିବାବେଳେ ସମ୍ପୂର୍ଣ୍ଣ ପ୍ରକ୍ରି୍ରୟାର ଚିତ୍ର ଉତୋଳନ କରାଯାଇଥିଲା । ସ୍ମିତାରାଣୀଙ୍କ ମୃତୁ୍ୟ ଦଉଡ଼ି ଦେଇଥିବା ଯୋଗୁଁ ଶ୍ୱାସରୁଦ୍ଧ କାରଣରୁ ହୋଇଛି ବୋଲି ଡାକ୍ତରମାନେ ମତ ଦେଇଥିଲେ । ପରେ ଏନେଇ ଅନୁସନ୍ଧାନ ହେବା ପରେ ରୁପେଶ ଭଦ୍ରଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ମିଳିବାରୁ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଏବେ ଅଭିଯୁକ୍ତ ଜେଲରେ ଥିବାବେଳେ ତଦନ୍ତ ଜାରି ରହିଛି । ଅଭିଯୁକ୍ତକୁ ତିନିଦିନ ମଧ୍ୟରେ ଗିରଫ କରିବା ହିଁ ନାରୀ ନିର୍ଯ୍ୟାତନା ବିରୋଧରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି । ନାରୀଙ୍କ ବିରୋଧରେ ହେଉଥିବା ଅପରାଧର ତ୍ୱରିତ ତଦନ୍ତ ଓ ଦଣ୍ଡବିଧାନ ଦିଗରେ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି । ତୁରନ୍ତ ଚାର୍ଜସିଟ ଫାଇଲ କରିବାକୁ ମଧ୍ୟ ପୁଲିସକୁ ନିଦେ୍ର୍ଧଶ ଦିଆଯାଇଛି । ସମ୍ବେଦନଶୀଳ ମାମଲାକୁ ରେଡ଼ଫ୍ଲାଗର ମାନ୍ୟତା ଦିଆଯିବା ସହ ଦୋଷୀକୁ ଦଣ୍ଡ ଦେବା ପାଇଁ ସ୍ୱତନ୍ତ୍ର ପିପିଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି । ୨୦୧୯ ଏଯାବତ ସୁଦ୍ଧା ରେଡ଼ ଫ୍ଲାଗ ମାମଲାର ଦଣ୍ଡବିଧାନ ହାର ୪୧.୪୮% ରହିଛି । ୪ଟି ମାମଲାରେ ଦୋଷୀମାନଙ୍କୁ ଫାଶୀଦଣ୍ଡାଦେଶ ବି ହୋଇଛି । ଏହି ମାମଲାକୁ ସିବିଆଇକୁ ହସ୍ତାନ୍ତରିତ କରିବା ପାଇଁ ଦାବି କରାଯାଉଛି । ତେବେ ଅତୀତରେ ଟିକିରି ହତ୍ୟାକାଣ୍ଡ ମାମଲାକୁ ସିବିଆଇକୁ ଦିଆଯାଇଥିବାବେଳେ କୁନ୍ଦୁଲି ମାମଲାର ବିଚାରବିଭାଗୀୟ ତଦନ୍ତ କରାଯାଇଥିଲା । ପୁଲିସ ତଦନ୍ତରେ ଯେଉଁ ରିପୋର୍ଟ ଆସିଥିଲା ସମାନ ରିପୋର୍ଟ ମଧ୍ୟ ଏହି ମାମଲା ଦୁଇଟିରେ ଆସିଥିଲା । ତେଣୁ ପୁଲିସ ତଦନ୍ତକୁ ସନେ୍ଦହ କରାଯିବା ଉଚିତ ନୁହେଁ । ସରକାର ନାରୀଙ୍କ ସୁରକ୍ଷା ଓ ସମ୍ମାନ ପାଇଁ ପ୍ରତିଶ୍ରୁତିବଦ୍ଧ । ରାଜ୍ୟ ପୁଲିସ ନ୍ୟାୟ ପ୍ରଦାନ କରିବା ପାଇଁ ସକ୍ଷମବୋଲି ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମିଶ୍ର କହିଥିଲେ । ମୁଲତବୀ ଆଲୋଚନାରେ ଧ୍ୟାନ ଆକର୍ଷଣକାରୀ ନୋଟିସ ଜରିଆରେ ଶାସକ ଦଳ ବିଧାୟକ ସର୍ବଶ୍ରୀ ଅମର ପ୍ରସାଦ ଶତପଥୀ, ପ୍ରଫୁଲ୍ଲ ସାମଲ, ପ୍ରମିଳା ମଲ୍ଲିକ, ଅଶ୍ୱିନୀ ପାତ୍ର ପ୍ରମୁଖ ନିଜ ନିଜର ମତ ରଖିଥିଲେ । ରାଜ୍ୟ ସରକାର ନାରୀ ସୁରକ୍ଷାକୁ ଗୁରୁତ୍ୱ ଦେଇ ଆସୁଛନ୍ତି । ସିବିଆଇ କେନ୍ଦ୍ର ସରକାରଙ୍କ କ୍ରୀଡ଼ନକ ସାଜିଛି । ଏକଦା ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ତଦନ୍ତ ଭାର ସିବିଆଇକୁ ଦିଆଯାଇଥିଲା । କିନ୍ତୁ ସେହି ନେତା ଜଣକ ବିଜେପିକୁ ଯିବା ପରେ ଦୋଷମୁକ୍ତ ହୋଇଯାଇଥିଲେ ବୋଲି କଟାକ୍ଷ ମଧ୍ୟ କରିଥିଲେ ।