ଆଜିଠୁ ଝାରସୁଗୁଡ଼ା ଏୟାରପୋର୍ଟରୁ ବିମାନସେବା ଆରମ୍ଭ

ଆଜିଠୁ ଝାରସୁଗୁଡ଼ା ଏୟାରପୋର୍ଟରୁ ବିମାନସେବା ଆରମ୍ଭ

ଆଜିଠୁ ଝାରସୁଗୁଡ଼ା ଏୟାରପୋର୍ଟରୁ ବିମାନସେବା ଆରମ୍ଭ
ଝାରସୁଗୁଡ଼ା :ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଆଜି ଠାରୁ ବିମାନସେବା ଆରମ୍ଭ ହେବ। ଏହି ବିମାନ ବନ୍ଦରରୁ ତିନୋଟି ସହର ଦିଲ୍ଲୀ, କୋଲକାତା ଓ ହାଇଦ୍ରାବାଦକୁ ବିମାନ ଉଡିବ । ଘରୋଇ ସଂସ୍ଥା ସ୍ପାଇସ୍ ଜେଟ୍ ଏହି ସେବା ଆରମ୍ଭ କରିବ। ଏଥିପାଇଁ ଝାରସୁଗୁଡ଼ା ବିମାନ ବନ୍ଦରରେ ସମସ୍ତ ବ୍ୟବସ୍ଥା କରାଯାଇଛି। ଅପରାହ୍ନ ୩ଟା୪୦ରେ ଦିଲ୍ଲୀକୁ ଉଡାଣ ଭରିବ । ଏହି ବିମାନରେ ୧୮୯ଟି ସିଟ୍ ରହିଛି । ଦ୍ୱିତୀୟ ବିମାନ ଅପରାହ୍ନ ୪ଟା୧୦ରେ ଝାରସୁଗୁଡାରୁ ହାଇଦ୍ରାବାଦ୍ ଏବଂ ତୃତୀୟ ବିମାନ ରାତି ୮ଟା୪୦ରେ କୋଲକାତା ପାଇଁ ଉଡାଣ ଭରିବ । ଏନେଇ ଝାରସୁଗୁଡା ବିମାନ ବନ୍ଦର ନିର୍ଦ୍ଦେଶକ ଏସ.କେ.ଚୌହ୍ୱାନ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେଗତ ବର୍ଷ ସେପ୍ଟେମ୍ବର ୨୨ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମାନବନ୍ଦରକୁ ଉଦ୍ ଘାଟନ କରିଥିଲେ। କେବଳ ଗୋଟିଏ ଦିନ ଏୟାର ଓଡ଼ିଶା ଭୁବନେଶ୍ୱରକୁ ବିମାନସେବା ଆରମ୍ଭ କରିବା ପରେ ବନ୍ଦ ହୋଇଯାଇଥିଲା। ଏଠାରୁ ଦୀର୍ଘ ଦିନ ଧରି ଉଡ଼ାଣ ଅନିଶ୍ଚିତତା ମଧ୍ୟରେ ରହିଥିବାରୁ ଆଜିଠାରୁ ଦେଶର ୩ଟି ସହରକୁ ଏହି ଉଡ଼ାଣ ସେବା ଆରମ୍ଭ ହେଉଥିବାରୁ ଜିଲ୍ଲାବାସୀ ଖୁସି ଅନୁଭବ କରିଛନ୍ତି।