ଓଡିଶାକୁ ଫୋନି ପାଇଁ ୩୪୦ କୋଟି ସହାୟତା
ଓଡିଶାକୁ ଫୋନି ପାଇଁ ୩୪୦ କୋଟି ସହାୟତା
admin
Apr 30, 2019 - 06:50
Updated: Apr 30, 2019 - 06:50
ଭୁବନେଶ୍ୱର : ଫୋନି ଓଡ଼ିଶା ମୁହାଁ ହୋଇଛି । ଫୋନିର ପ୍ରଭାବ ଓଡ଼ିଶା ଉପରେ ଅଧିକ ପଡ଼ିପାରେ । ଫୋନି ପାଇଁ ଓଡ଼ିଶାକୁ ୩୪୦ କୋଟି ସହାୟତା ରାଶି ଦିଆଯିବ ।
ଫୋନି ପାଇଁ ୪ଟି ରାଜ୍ୟକୁ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ସହାୟତା ରାଶି ବଣ୍ଟନ ହୋଇଛି । ଓଡ଼ିଶାରେ ଫୋନିର ପ୍ରଭାବ ଅଧିକ ପଡ଼ିବା ସମ୍ଭାବନାକୁ ଦୃଷ୍ଟିରେ ରଖି ୩୪୦ କୋଟି ସହାୟତା ରାଶି ଦିଆଯିବା ପାଇଁ ନିର୍ଦ୍ଦେଶ ହୋଇଛି । ଘୂର୍ଣ୍ଣିବାତ୍ୟା ଫୋନିର ପୂର୍ବ ପ୍ରସ୍ତୁତି ଓ ରିଲିଫ ପାଇଁ ଏସଡିଆଏଫକୁ ଏହି ଟଙ୍କା ଆସିବ । ଏଥିରେ ଓଡ଼ିଶାକୁ ୩୪୦ କୋଟି , ଆନ୍ଧ୍ରକୁ ୨୦୦ କୋଟି, ତାମିଲନାଡ଼ୁକୁ ୩୦୯ କୋଟି ଓ ପଶ୍ଚିମବଙ୍ଗକୁ ୨୩୫ କୋଟି ଟଙ୍କା ସହାୟତା ରାଶି ଦିଆଯିବ । ଜାତୀୟ ବିପର୍ଯ୍ୟୟ ପରିଚାଳନା କମିଟି ନିଷ୍ପତି ଆଧାରରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।
ସୂଚନାଯୋଗ୍ୟ ଯେ, ମାଡି ଆସୁଛି ପ୍ରଳୟଙ୍କାରୀ ବାତ୍ୟା ଫୋନି । ଏହାର ସମ୍ଭାବ୍ୟ ଗତିପଥ କହୁଛି ସିଧା ଆସି ମାଡ ହେବ ଓଡିଶାରେ । ଆସନ୍ତା ୩ତାରିଖ ରାତିରୁ ୪ତାରିଖ ସକାଳ ଭିତରେ ଓଡିଶାରେ ପଶିବ । ପୁରୀରୁ କୋଣାର୍କ ଭିତରେ ସମ୍ଭବତଃ ଚନ୍ଦ୍ରଭାଗା ପାଖରେ ସ୍ଥଳଭାଗକୁ ଧସେଇ ପଶିବ ଫୋନି । ସ୍ଥଳଭାଗ ଛୁଇଁବାବେଳକୁ ପବନର ବେଗ ଘଂଟା ପ୍ରତି ୧୮୦ କିଲୋମିଟର ଟପି ପାରେ । ପ୍ରାୟ ୧୨ ଘଂଟା ଧରି ଓଡିଶାରେ ତାଣ୍ଡବ ରଚାଇବ ଫୋନି । ପ୍ରଳୟଙ୍କାରୀ ପବନ ସାଙ୍ଗକୁ ଲଗାଣ ବର୍ଷା ମଧ୍ୟ ହେବ । ସାରା ଓଡିଶାକୁ ଏଥିରେ ପ୍ରଭାବିତ ହେବ ବୋଲି ପାଣିପାଗ ପୂର୍ବାନୁମାନ ପକ୍ଷରୁ ସୂଚନା ମିଳିଛି।