ମା’ ସମଲେଶ୍ଵରୀଙ୍କ ମନ୍ଦିରେ ସୌରଶକ୍ତି ପ୍ରକଳ୍ପ

ମା’ ସମଲେଶ୍ଵରୀଙ୍କ ମନ୍ଦିରେ ସୌରଶକ୍ତି ପ୍ରକଳ୍ପ

ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ଵରୀଙ୍କ ମନ୍ଦିର ପରିସର ଏବେ ସୌରଶକ୍ତି ପ୍ରକଳ୍ପ ମାଧ୍ୟମରେ ପରିଚାଳନା କରିବ । ଯାହାର କାର୍ଯ୍ୟ ଆରମ୍ଭ କରାଯାଇଛି । ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ 120 କିଲୋୱାର୍ଡ ର ସୌରଶକ୍ତି ପ୍ରକଳ୍ପକୁ ରବିବାର କାର୍ଯ୍ୟକ୍ଷମ କରାଯାଇଛି ।  ଏଣିକି ମାଁ ସମଲେଶ୍ଵରୀ ମନ୍ଦିର ପରିସର ସମେତ ସମଗ୍ର ସମଲେଇ ପ୍ରକଳ୍ପ ପରୀସିମା ଅଞ୍ଚଳରେ ସୌରଶକ୍ତିରେ ପରିଚାଳିତ ହେବ । ଏହା ଫଳରେ ମନ୍ଦିରରେ ବ୍ୟବହୃତ ହେଉଥିବା ମାସିକ ବିଦ୍ୟୁତ୍ ବିଲ୍ ରେ ଯଥେଷ୍ଟ ହ୍ରାସ ପାଇବ ବୋଲି ଆଶା କରାଯାଉଛି । ଏହି ପରିପ୍ରେକ୍ଷୀରେ ରବିବାର ବିଧିବିଧାନ ରେ ପୁଜାଚ୍ଚନା କରାଯିବ ସହ 120 କିଲୋୱାର୍ଡ ର ଏହି ସୌରଶକ୍ତି ପ୍ରକଳ୍ପର କାର୍ଯ୍ୟକ୍ଷମ କରାଯାଇଛି । ଏହି ସୌରଶକ୍ତି ପ୍ରକଳ୍ପର କାର୍ଯ୍ୟକ୍ଷମ ଏହାଫଳରେ ମନ୍ଦିରକୁ ଆସୁଥିବା ମାସିକ ବିଦ୍ୟୁତ୍ ବିଲ୍ 40 ପ୍ରତିଶତ କମିଯିବ ବୋଲି ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ ସୁଚନା ଦେଇଛନ୍ତି । ଏହି ସୌରଶକ୍ତି ପ୍ରକଳ୍ପର କାର୍ଯ୍ୟକ୍ଷମ  ହେବା  ଅବସରରେ ମାଁ ସମଲେଶ୍ଵରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ସଭାପତି ସଞ୍ଜୟ ବାବୁ, ବରିଷ୍ଠ ସଭ୍ୟ ପ୍ରଫୁଲ୍ଲ ହୋତା ମଧ୍ୟ ଉପସ୍ଥିତ ରହିଥିଲେ । ତେବେ ଆଗାମୀ ଦିନରେ ସଂପୁର୍ଣ୍ଣ ସମଲେଶ୍ଵରୀ ମନ୍ଦିର ପରିସର ସହ ସମଲେଇ ପ୍ରକଳ୍ପକୁ ସୌରଶକ୍ତିରେ ପରିଚାଳନା କରାଯିବାକୁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଯୋଜନା କରାଯାଇଛି  ।