ନନ୍ଦନକାନନରେ ଓରାଙ୍ଗଓଟାନର ମୃତ୍ୟୁ

ନନ୍ଦନକାନନରେ ଓରାଙ୍ଗଓଟାନର ମୃତ୍ୟୁ

ନନ୍ଦନକାନନରେ ଓରାଙ୍ଗଓଟାନର ମୃତ୍ୟୁ
ଭୁବନେଶ୍ୱର: ଆଖି ବୁଜିଲା ବିନି । ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଏକମାତ୍ର ବିରଳ ପ୍ରଜାତି ଓରାଙ୍ଗଓଟାନର ଗତକାଲି ରାତି ପ୍ରାୟ ୯ଟା ୪୦ ମିନିଟ୍ ରେ ମୃତ୍ୟୁ ବରଣ କରିଛି । ବାର୍ଧକ୍ୟ ଜନିତ କାରଣ ଓ ଦୀର୍ଘଦିନ ଧରି ଅସୁସ୍ଥତା ଯୋଗୁ ବିନିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ମାତ୍ର ଆଜି ଶବ ବ୍ୟବଚ୍ଛେଦ ହୋଇ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ନନ୍ଦନକାନନ ପକ୍ଷରୁ କୁହାଯାଇଛି । ବିନି ଗଳାରେ ଥିବା ଖାଦ୍ୟ ଥଳିରେ ସଂକ୍ରମଣ ଘାଆ ଯୋଗୁଁ ଗତ ୧ବର୍ଷ ଧରି ଏହାର ଚିକିତ୍ସା ଚାଲିଥିଲା । ଓୟୁଏଟିର କିଛି ବଛାବଛା ପ୍ରାଣୀ ବିଶେଷଜ୍ଞ ଆମେରିକା ଏଭଂ ସିଙ୍ଗାପୁର ବିଶେଷଜ୍ଞଙ୍କ ପରାମର୍ଶ ନେଇ ଏହାର ଚିକିତ୍ସା କରୁଥିଲେ । କିନ୍ତୁ ଗତ ୩ଦିନ ହେଲା ବିନି ଗୁରୁତର ହୋଇପଡିଥିଲା । ବିଶେଷଜ୍ଞଙ୍କ ଶତଚେଷ୍ଟା ସତ୍ୱେ ଗତକାଲି ରାତ୍ରରେ ବିନି ପ୍ରାଣ ହରାଇଥିଲା । ସମଗ୍ର ଭାରତ ବର୍ଷରେ ଏହି ପ୍ରଜାତି ପ୍ରାଣୀ ଏକମାତ୍ର ‘ବିନି’ କେବଳ ନନ୍ଦନକାନନରେ ରହି ପର୍ଯ୍ୟଟକମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଥିଲା । ବିନିକୁ ୨୦୦୩ ମସିହା ନଭେମ୍ବର ୨୦ ତାରିଖରେ ରାଜୀବ ଗାନ୍ଧୀ ଜାତୀୟ ପ୍ରାଣୀ ଉଦ୍ୟାନରୁ ଅଣାଯାଇଥିଲା । ନନ୍ଦନକାନନକୁ ଆସିବା ବେଳେ ତା’ର ବୟସ ୨୫ ବର୍ଷ ଥିଲା । ୪୧ ବର୍ଷ ବୟସରେ ତା’ର ମୃତ୍ୟୁ ହୋଇଛି ।