ଟଏଲେଟରେ ନବଜାତର ମୃତଦେହ

ଟଏଲେଟରେ ନବଜାତର ମୃତଦେହ

ଟଏଲେଟରେ ନବଜାତର ମୃତଦେହ
ଜଗସିଂହପୁର: ହସ୍ପିଟାଲ ପରିସରରୁ ନବଜାତର ମୃତଦେହ ଉଦ୍ଧାର କରାଯାଇଛି । ଏପରି ଘଟଣା ଜଗସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳୁଛି ।ଘଟଣାରୁ ଜଣାପଡୁଛି ଯେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗର ପାଇଖାନା ଭିତରେ ଏକ ନବଜାତ ଶିଶୁ ପଡ଼ିଥିବା ଜଣେ ରୋଗୀଙ୍କ ସମ୍ପର୍କୀୟ ଦେଖିବାକୁ ପାଇଥିଲେ । ଏ ନେଇ ସେ ମେଡ଼ିକାଲର ସିକ୍ୟୁରିଟି ଗାର୍ଡଙ୍କୁ ଖବର ଦେଇଥିଲେ । ଏହା ପରେ ନବଜାତକୁ ଉଦ୍ଧାର କରିଥିଲା । ଶିଶୁଟିର ମୃତ୍ୟୁ ହୋଇସାରିଥିଲା । ତା’ର ପାଟିରୁ ରକ୍ତସ୍ରାବ ହେଉଥିଲା । କିଏ ଏଭଳି ଏକ ଅମାନୁଷିକ ଘଟଣା ମେଡ଼ିକାଲ ଭିତରେ ଘଟାଇଛି ମେଡିକାଲ ପକ୍ଷରୁ ଅନୁସନ୍ଧାନ ଆରମ୍ଭ କରିଛି ।