ଗିରିଶ କର୍ଣ୍ଣଡଙ୍କ ପରଲୋକ

ଗିରିଶ କର୍ଣ୍ଣଡଙ୍କ ପରଲୋକ

ଗିରିଶ କର୍ଣ୍ଣଡଙ୍କ ପରଲୋକ
ନୂଆଦିଲ୍ଲୀ: ବିଶିଷ୍ଟ ସଂଳାପ ଲେଖକ, ନିର୍ଦ୍ଦେଶକ ଓ ଅଭିନେତା ଗିରିଶ କର୍ଣ୍ଣଡଙ୍କ ପରଲୋକ ହୋଇଛି । ବେଙ୍ଗାଲୁରୁରେ ୮୧ ବର୍ଷ ବୟସରେ ଗିରିଶଙ୍କ ମୃତ୍ୟୁ ଘଟିଛି । ବର୍ଷୀୟାନ ଅଭିନେତା ଗିରିଶ କର୍ଣ୍ଣଡ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ସମ୍ମାନଜନକ ଜ୍ଞାନପୀଠ ସମ୍ମାନରେ ସମ୍ମାନିତ ହୋଇଥିଲେ ଗିରିଶ । ବହୁ କନ୍ନଡ, ତାମିଲ, ତେଲୁଗୁ ଓ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରି ପ୍ରଶଂସା ପାଇଛନ୍ତି । ତାଙ୍କ ବିୟୋଗରେ ଦକ୍ଷିଣ ଭାରତରେ ଶୋକର ଛାୟା ଖେଳି ଯାଇଛି । ଗିରିଶଙ୍କ ମରଶରୀରକୁ ଶେଷ ଦର୍ଶନ କରିବା ପାଇଁ ବହୁ ଅଭିନେତା ଓ ଅଭିନେତ୍ରୀ ମାନେ ଆସୁଛନ୍ତି ।