ମାଛି ହେବେନି
ମାଛି ହେବେନି
admin
Jul 22, 2019 - 04:31
Updated: Jul 22, 2019 - 04:31
ବର୍ଷାରେ ସନ୍ତସନ୍ତିଆ ଲାଗିବା ସାଙ୍ଗକୁ ମାଛି ସଂଖ୍ୟା ଏତେ ବଢ଼ିଯିବା ଯେ ଅଧିକ ସଂଖ୍ୟାରେ ମାଛି ଘରେ ପଶି ବିରକ୍ତ କରିଦିଅନ୍ତି । ବିଶେଷ କରି ଖାଦ୍ୟ ଉପରେ ମାଛି ବସିଲେ ଖୁବ ବିରକ୍ତ ଲାଗେ । ସ୍ୱାସ୍ଥ୍ୟଗତ କାରଣ ସହିତ ପରିଚ୍ଛନ୍ନତା ଦୃଷ୍ଟିରୁ ମାଛି ଘଉଡ଼ାଇବାକୁ ଚାହାନ୍ତି । ତେବେ ଯେତେ ଉପାୟ କଲେ ମଧ୍ୟ ମାଛି ଘରୁ ଯାଆନ୍ତି ନାହିଁ । ଏପରି ସ୍ଥିତିରେ କେତେକ ଘରୋଇ ଉପାୟ ବ୍ୟବହାର କରି ମାଛି ଦୂରେଇ ପାରିବେ ।
ତୁଳସୀ ଗଛ ବିଭିନ୍ନ ରୋଗ ନିରାକରଣ ସହିତ ମାଛି ଘଉଡ଼ାଇାବରେ ବି ବେଶ ଉପକାରୀ । ଘରେ ତୁଳସୀ ଗଛ ଲଗାଇଲେ ବର୍ଷାଦିନେ ମାଛି ଆସିବେ ନାହିଁ ।
କିଛି ଆଳତି କର୍ପୂର ଜଳାଇ ଏହାକୁ ଘର ସାରା ବୁଲାଇ ଆଣିଲେ ଏହାର ଧୂଆଁ ଏବଂ ସୁଗନ୍ଧରେ ମାଛି ପଳାଇବେ ।
ଲାଭେଣ୍ଡର, ନୀଳଗିରି, ପୋଦିନା ଏବଂ ଲେମନ ଗ୍ରାସ ପରି ତେଲ ଶୟନ କକ୍ଷ, ରୋଷେଇଘର ଆଦି ସ୍ଥାନରେ ସିଞ୍ଚନ କଲେ ମାଛି ଆସିବେ ନାହିଁ ।
ଲଙ୍କା ମଧ୍ୟ ମାଛି ଘଉଡ଼ାଇବାରେ ଉପକାରୀ । ଏକ ସ୍ପ୍ରେ ବୋତଲରେ କିଛି ଲଙ୍କାଗୁଣ୍ଡ ଏବଂ ପାଣି ମିଶାଇ ଏହାକୁ ଘରର ବିଭିନ୍ନ ସ୍ଥାନରେ ସ୍ପ୍ରେ କରିଦେବେ ।
ସେଓରେ କିଛି ଲବଙ୍ଗ ଲଗାଇ ଏହାକୁ ମାଛି ଭଣଭଣ ହେଉଥିବା ସ୍ଥାନରେ ପରଖି ଦିଅନ୍ତୁ । ଦେଖିବେ କିଛି ସମୟ ପରେ ମାଛି ପଳାଉଛନ୍ତି । ଅସଲରେ ମାଛି ଲବଙ୍ଗର ସୁଗନ୍ଧ ସହିପାରନ୍ତି ନାହିଁ ।