ରୋବୋଟ୍ ରିକ୍ସା ଚାଳକ ...

ରୋବୋଟ୍ ରିକ୍ସା ଚାଳକ ...

ରୋବୋଟ୍ ରିକ୍ସା ଚାଳକ ...
ଚାଇନା ଅନ୍ତର୍ଗତ ହେନାନ୍ ପ୍ରଦେଶର ସହର ଲିଓୟାଂର ବାସିନ୍ଦା ତିଆନ ସାଓଜାଲ ନିଜ ହାତରେ ଗଢ଼ିଛନ୍ତି ଏକ ରୋବୋଟ୍ ରିକ୍ସା ଚାଳକ । ରୋବୋଟ୍ ଗୁଡ଼ିକୁ ସୈନିକ ପୋଷାକରେ ସଜାଇଛନ୍ତି । ଯନ୍ତ୍ର ମାନବଟି ଦିଶୁଛି, ଜର୍ମାନ ସ୍ୱୈରଶଶସକ ହିଟଲର ଏବଂ ‘ଭି ଫର ଭେନଡେଟା’ ହଲିଉଡ଼ ଫିଲ୍ମର ମୁଖ୍ୟ ଚରିତ୍ରର ମୁହଁର ମିଶ୍ରଣ ପରି । ଜାପାନୀ ସୈନିକମାନେ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ବେଳେ ଯେଉଁ ୟୁନିଫର୍ମ ପିନ୍ଧୁଥିଲେ, ରୋବୋଟ୍ ଧାରଣ କରିଛି ସେହିଭଳି ପୋଷାକ । ସାଓଜାଇ ଜଣେ ପୂର୍ବତନ ସୈନିକ । ୧୯୭୯ ରେ ଚାଇନିଜ୍ ସେନାରୁ ଅବସର ଗ୍ରହଣ ପରେ ସେ ରିକସା ଚାଳନାକୁ ପେସା କରିଥିଲେ । ନିଜ ହାତ ଗଢ଼ା ରୋବୋଟକୁ ଜାମାନୀ ସେନା ପୋଷାକ ପିନ୍ଧାଇବା ଏବଂ ହିଟଲରଙ୍କ ଭଳି ନିଶ ଦେବା ପଛର କାରଣଟି ଏହିପରି । ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ତାଙ୍କ ବାସସ୍ଥାନ ଲିଓୟାଂ ଜାପାନୀ ଆକ୍ରମଣର ସାମନା କରିଥିଲା । ବ୍ୟାପକ କ୍ଷୟକ୍ଷତି ସହ ବହୁ ଚାଇନିଜଙ୍କ ଜୀବନ ଯାଇଥିଲା । ତେଣୁ ସାଓଜାଇ ଜାପାନୀ ସୈନିକ ଓ ହିଟଲରଙ୍କୁ ଘୃଣା କରନ୍ତି । ଏହି ଘୃଣାଭାବରୁ ହିଁ ସେ ରୋବୋଟ ରିକ୍ସା ଚାଳକକୁ ଜାପାନୀ ସେନା ପୋଷାକ ଓ ହିଟ୍ଲର ମାର୍କା ନିଶ ଦେଇଛନ୍ତି । ରୋବୋଟ୍ଟି ପୂର୍ଣ୍ଣ କାର୍ଯ୍ୟକ୍ଷମ । ରିକ୍ସା ଟାଣିବା ସହ ବୋଲ ବି ମାନିବାକୁ ସକ୍ଷମ ।