ପାଣି ପିଇବା ପାଇଁ କୁଆର ଅଜବ ଟେକ୍ନିକ୍ : ଦେଖିଲେ ହେବେ ଆଶ୍ଚର୍ଯ୍ୟ
ପାଣି ପିଇବା ପାଇଁ କୁଆର ଅଜବ ଟେକ୍ନିକ୍ : ଦେଖିଲେ ହେବେ ଆଶ୍ଚର୍ଯ୍ୟ
admin
Nov 17, 2020 - 08:58
Updated: Nov 17, 2020 - 08:58
ନୂଆଦିଲ୍ଲୀ : ଆମେ ସମସ୍ତେ ଚତୁର କୁଆ ଗପ ନିଶ୍ଚୟ ଶୁଣିଛେ । ତୃଷ୍ଣାରେ ଆତୁର କୁଆଟି ନିଜ ଶୋଷ ମେଣ୍ଟାଇବା ପାଇଁ ମାଟି ହାଣ୍ଡିରେ କେମିତି ଗୋଡି ପକାଇ ପାଣି ପିଇଥିଲା ସେଇଟା ଜାଣିଛେ । ତୃଷ୍ଣାର୍ତ୍ତ କୁଆଟି ପାଣି ପାଇ ମାଟି ପାତ୍ରରେ ଗୋଡି ପକାଇ ପାଣି ପିଇଥିଲା । ସାନବେଳେ ଏହି କାହାଣୀଟା ଶୁଣି ଆମେ ସମେସ୍ତ କାଉର ଚତୁରତାକୁ ପ୍ରଶଂସା କରିଥିଲେ । କିନ୍ତୁ ମନରେ ଟିକେ ସନ୍ଦେହ ରହିଥିଲା ସତରେ କୁଆଟି ଏମିତି ଗୋଡି ପକାଇ ପାଣି ପିଇଥିଲା ନା ଏହା କାହାଣୀ । ତେବେ ଏହି କାହାଣୀଟି ଏବେ ପୂରା ସତ୍ୟରେ ପରିଣତ ହୋଇଛି । ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି ଏପରି ଏକ କୁଆର କାହାଣୀ । ସାନବେଳେ ଶୁଣିଥିବା ଚତୁର କୁଆର କାହାଣୀଟି ଏବେ ସତ୍ୟରେ ରୂପାନ୍ତରିତ ହୋଇଛି ।
ଭାଇରାଲ୍ ହୋଇଥିବା ଏହି ଭିଡିଓରେ ଏକ କୁଆ ନିଜ ଥଣ୍ଟରେ ଛୋଟ ଛୋଟ ଗୋଡି ଆଣି ଏକ ବୋତଲରେ ପକାଉଛି । ଶେଷରେ ପାଣି ପିଉଛି । ଏହି ଭିଡିଓକୁ ସେୟାର କରିଛନ୍ତି ଆଇଏଫ୍ଏସ୍ ଅଧିକାରୀ ପରବୀନ୍ କାଶଓ୍ବାନ୍ । ଏହାକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି ।ପରଭିନ୍ ଏହି ଭିଡିଓକୁ ସେୟାର କରିବା ସହ ଲେଖିଛନ୍ତି ଯେ, ଏହି କାଉ ପାଖରେ ପିଜିକ୍ସର ଡିଗ୍ରୀ ରହିଛି । ଲୋକେ ଏହି ଭିଡିଓକୁ ବହୁ ମାତ୍ରାରେ ସେୟାର କରିବା ସହ ରିଆକ୍ସନ ବି ଦେଉଛନ୍ତି । ନଭେମ୍ବର ୧୫ ତାରିଖରେ ସେୟାର ହୋଇଥିବା ଏହି ଭିଡିଓକୁ ଏଯାବତ୍ ପ୍ରାୟ ଚାରି ଲକ୍ଷ ୬୨ ହଜାରରୁ ଉର୍ଦ୍ଧ୍ବ ଥର ଦେଖିଲେଣି ।