ଲେଗିନ୍ସରେ ବନାନ୍ତୁ ପାପୋଛା

ଲେଗିନ୍ସରେ ବନାନ୍ତୁ ପାପୋଛା

ଲେଗିନ୍ସରେ ବନାନ୍ତୁ ପାପୋଛା
ଅନେକ ସମୟରେ ଆମେ ବହୁ ଜିନିଷକୁ ଅଦରକାରୀ ଭାବି ଫିଙ୍ଗି ଦେଇଥାଉ । କିନ୍ତୁ ଜାଣନ୍ତି କି କିଛି ବି ଜିନିଷ ଅଦରକାରୀ ନୁହେଁ । କଥାରେ ନ ଅଛି ନା ‘କହି ଜାଣିଲେ କଥା ସୁନ୍ଦର, ବାନ୍ଧି ଜାଣିଲେ ମଥା ସୁନ୍ଦର ।’ ସେହିପରି ବ୍ୟବହାର କରି ଜାଣିଲେ କୌଣସି ଜିନିଷ ଅଦରକାରୀ ନୁହେଁ । ଗୃହିଣୀମାନେ ଯଦି ସାମାନ୍ୟ ଆଇଡିଆ ଖଟାଇପାରିଲେ, ତେବେ ବହୁ ପୁରୁଣା ଜିନିଷକୁ ଦେଇପାରିବେ ନୂଆ ଲୁକ । ସେ ପୁଣି ବିନା ଖର୍ଚ୍ଚରେ । ଆପଣଙ୍କ ଘରେ ଯଦି ପୁରୁଣା ଲେଗିନ୍ସ ଥାଏ । ତେବେ ଏହାକୁ ଲମ୍ବ ଭାବରେ କାଟି ନିଅନ୍ତୁ । ୩ଟି ଭିନ୍ନ ରଙ୍ଗର ଲେଗିନ୍ସ କପଡ଼ାକୁ ଏକାଠି କରନ୍ତୁ । ୩ଟି କପଡ଼ାର ମୁଣ୍ଡିକୁ ଏକାଠି ଧରି ବେଣୀ ପକାଇ ଚାଲନ୍ତୁ । ବେଣୀ ପକାଇବା ପରେ ଶେଷ ମୁଣ୍ଡକୁ ସୂତାରେ ଗଣ୍ଠି ପକାଇ ଦିଅନ୍ତୁ । ଏବେ ଏହି କପଡ଼ା ବେଣୀର ଗୋଟେ ମୁଣ୍ଡକୁ ମଝିରେ ରଖି ତା’ଚାରିପଟେ ବେଣୀକୁ ବୁଲାଇ ଚାଲନ୍ତୁ । କିଛି ବାଟ ଏପରି କରିବା ପରେ ଛୁଞ୍ଚି ସୂତା ସାହାଯ୍ୟରେ ପ୍ରତିଟି ବେଣୀସ୍ତରକୁ ଅନ୍ୟ ସ୍ତର ସହ ସିଲେଇ କରି ନିଅନ୍ତୁ । ଫଳରେ କପଡ଼ା ବେଶି ପରସ୍ପରଠାରୁ ଅଲଗା ହେବେ ନାହିଁ । ଆଉ ଆପଣଙ୍କର ଏକ ସୁନ୍ଦର ପାପୋଛା ପ୍ରସ୍ତୁତ ହୋଇଯିବ । ପୁରୁଣା ଲେଗିନ୍ସ ନେଇ ଏହାକୁ ସରୁ ସରୁ କରି ସ୍ପିଙ୍ଗ କଟ୍ ସାଇଜର କାଟି ନିଅନ୍ତୁ । ଏହାକୁ ଷ୍ଟ୍ରେଚ କରନ୍ତୁ ଦେଖିବେ ଏକ ସୁନ୍ଦର ଲୁକ ଆସିଯିବ । ଏଭଳି ବହୁତ ଗୁଡ଼ାଏ ସ୍ପିଙ୍ଗ କଟ ଏକାଠି କରନ୍ତୁ । ଯଦି ମଲ୍ଟି କଲର ଲେଗିନ୍ସ ଥାଏ, ତେବେ ଏହାର ବ୍ୟବହାର କରିପାରିବେ । ଏବେ ଏକ କାର୍ଡବୋର୍ଡ ନେଇ ଏହା ଉପରେ ଗୋଲାକାର ଆକୃତି ଦିଅନ୍ତୁ । ଏହାକୁ ମଝିରୁ ୪ ଭାଗ କରି ନିଅନ୍ତୁ । ଏହି ଗୋଲକରାରେ ପ୍ରତି ୧ ଇଞ୍ଚ ଅନ୍ତରରେ ମାର୍କ କରି ନିଅନ୍ତୁ । ଏପରି କରି ଶେଷରେ ଉଲକୁ ମଝିରେ ଉପରକୁ ଆଣି ସବୁ ଉଲ ସହ ମିଶାଇ ଗଣ୍ଠି ପକାନ୍ତୁ । ଏବେ ପୂର୍ବରୁ ପ୍ରସ୍ତୁତ ସ୍ପିଙ୍ଗ କଟ ଲେଗିନ୍ସକୁ ନେଇ ସେହି କାର୍ଡବୋର୍ଡ ଉପରେ ଥିବା ସୂତାର ତଳ-ଉପର କରି ବୁଲାଇ ଚାଲନ୍ତୁ । ଏହି ପାପୋଛା ଆପଣଙ୍କ କାର୍ଡବୋର୍ଡ ଆକାରର ହିଁ ହୋଇପାରିବ । ତେଣୁ ଆପଣ କେତେ ବଡ଼ ପାପୋଛା କରିବେ ତାହା ନିଜେ ସ୍ଥିର କରନ୍ତୁ ।