୨୦ ଯାଏଁ ବର୍ଷା
୨୦ ଯାଏଁ ବର୍ଷା
admin
Jul 17, 2019 - 11:57
Updated: Jul 17, 2019 - 11:57
ଭୁବନେଶ୍ୱର : ୪ ଦିନ ଧରି ଲାଗି ରହିବ ବର୍ଷା । ଉପକୂଳରୁ ପଶ୍ଚିମ, ଉତ୍ତର ଦକ୍ଷିଣ ଓଡ଼ିଶା ପର୍ଯ୍ୟନ୍ତ କୋହଲା ପାଗ ରହିବ । ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ତେବେ ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ଓଡ଼ିଶାରେ ବଡ଼ ବର୍ଷାର ଆଶଙ୍କା ନାହିଁ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ୧୭ ତାରିଖ ସକାଳଠାରୁ ଉତ୍ତର, ପଶ୍ଚିମ ଓ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ହାଲକା ବର୍ଷା ହେବ । ତେବେ କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଭଦ୍ରକ, ଯାଜପୁର, କଟକ, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ୧୮ ରୁ ୨୦ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ପଶ୍ଚିମ ଓଡ଼ିଶା ତଥା କନ୍ଧମାଳ, କଳାହାଣ୍ଡି, ଗଜପତି, ଗଞ୍ଜାମ ବୌଦ୍ଧ, ନୟାଗଡ଼, ସୋନପୁର, ବରଗଡ଼, ସମ୍ବଲପୁର ଓ କୋରାପୁଟ ଜିଲ୍ଲାର ଅଧିକାଂଶ ସ୍ଥାନରେ ବର୍ଷା ପରିମାଣ ବଢ଼ିବ । ଏହା ପରେ ବର୍ଷା କମିବ ବୋଲି ପୂର୍ବାନୁମାନ କରାଯାଇଛି ।