ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଜାତୀୟ ସଂହତି ପଦଯାତ୍ରା

ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଜାତୀୟ ସଂହତି ପଦଯାତ୍ରା

ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଜାତୀୟ ସଂହତି ପଦଯାତ୍ରା
ପାରାଦୀପ :(ଲକ୍ଷ୍ମୀନାରାୟଣ ସାହୁ) : ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଉତ୍ସବ ପାରାଦୀପ ପୌରପାଳିକା ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସମାପିତ ହୋଇଛି। ପ୍ରାତଃ ମୁହୂର୍ତ୍ତରେ ପ୍ରଭାତ ଫେରି କରି ରାମଧୁନ ସ୍ୱର ଛାତ୍ରଛାତ୍ରୀ ଓ ଜନସାଧାରଣ ସହର ପରିକ୍ରମା କରିଥିଲେ। ରାଜ୍ୟ ବିଜେଡି ସମ୍ପାଦକ ତଥା ବିଶିଷ୍ଟ ଶ୍ରମିକ ନେତା ଶ୍ରୀ ସନ୍ତୋଷ କୁମାର ପଟ୍ଟନାୟକ ଅଠରବାଙ୍କୀ ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଓ ବସଷ୍ଟାଣ୍ଡ ସ୍ଥିତ ନେତାଜୀ ଙ୍କର ପ୍ରତିମୂର୍ତ୍ତି ରେ ରେ ମାଲ୍ୟାର୍ପଣ ଓ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ପରେ ପରେ ପାରାଦୀପ ବସଷ୍ଟାଣ୍ଡ ଠାରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରେ ପାରାଦୀପ ନଗରପାଳ ଶ୍ରୀ ବସନ୍ତ କୁମାର ବିଶ୍ବାଳଙ୍କ ନେତୃତ୍ୱରେ ଏକ ସଂହତି ପଦଯାତ୍ରା ପାରାଦୀପ ବସଷ୍ଟାଣ୍ଡ ରୁ ଆରମ୍ଭ ହୋଇ ଥିଲା। ଏହି ପଦଯାତ୍ରା ରେ ପାରାଦୀପ ବିଧାୟକ ଶ୍ରୀ ସମ୍ବିତ ରାଉତରାୟ, ଅତିରିକ୍ତ ଜିଲ୍ଲାପାଳ ଡଃ .କାହ୍ନୁ ଚରଣ ଧୀର,ପୌର ନିର୍ବାହୀ ଅଧିକାରୀ ଶ୍ରୀ ଦିଲିପ କୁମାର ମହାନ୍ତି ,ବନ୍ଦର ଅର୍ଥ ପରାମର୍ଶ ଦାତା ଓ ମୁଖ୍ୟ ହିସାବ ଅଧିକାରୀ ଶ୍ରୀ ସୁରେଶ କୁମାର ସାହୁ ,ରାଜ୍ୟ ବିଜେଡି ସମ୍ପାଦକ ତଥା ବିଶିଷ୍ଟ ଶ୍ରମିକ ନେତା ଶ୍ରୀ ସନ୍ତୋଷ କୁମାର ପଟ୍ଟନାୟକ, ପୌର ଉପାଧ୍ୟକ୍ଷା ଶ୍ରୀମତୀ ପ୍ରଭାତୀ ନାୟକ , ବିଜେପି ପାରାଦୀପ ମଣ୍ଡଳ ସଭାପତି ଶ୍ରୀ କୈଳାସ ଚନ୍ଦ୍ର ସାହୁ ,ସମସ୍ତ କାଉନସିଲର ,ସ୍ୱେଚ୍ଛାସେବୀ ସଂଗଠନ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଯୋଗ ଦେଇଥିଲେ। ପଦଯାତ୍ରା ମଧୁବନ ସ୍ଥିତ ଅତିରିକ୍ତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲା। ଅତିରିକ୍ତ ଜିଲ୍ଲାପାଳ ଙ୍କର କାର୍ଯ୍ୟାଳୟ ସମ୍ମୁଖରେ ମହାତ୍ମା ଗାନ୍ଧୀଙ୍କ ଏକ ପ୍ରତିମୂର୍ତ୍ତି କୁ ମୁଖ୍ୟ ଅତିଥି ପାରାଦୀପ ବିଧାୟକ ଶ୍ରୀ ସମ୍ବିତ ରାଉତରାୟ ଓ ନମନ୍ତ୍ରିତ ଅତିଥି ମାନେ ଅନାବରଣ କରିଥିଲେ। ନଗରପାଳ ଶ୍ରୀ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ମହାତ୍ମା ଗାନ୍ଧୀଙ୍କ ସମ୍ପର୍କରେ ଏକ କୁଇଜ଼ ପ୍ରତିଯୋଗିତା ସର୍ଵ ସାଧାରଣଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଏବଂ ସଠିକ ଉତ୍ତର ଦାତାଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ଲାଷ୍ଟିକ ବର୍ଜନ ପାଇଁ ସମସ୍ତ ନେତୃ ମଣ୍ଡଳୀ ଆହ୍ୱାନ ଦେଇଥିଲେ ଏବଂ ଉପସ୍ଥିତ ଜନତାଙ୍କୁ କପଡ଼ା ବ୍ୟାଗ ବଣ୍ଟନ ହୋଇଥିଲା। ଧନ୍ୟବାଦ ଅର୍ପଣ କରିଥିଲେ ଉପାଧ୍ୟକ୍ଷା ଶ୍ରୀମତୀ ପ୍ରଭାତୀ ନାୟକ ।।