ଝାଳ ଦୁର୍ଗନ୍ଧରୁ ରକ୍ଷା ପାଇବାକୁ ଚାହୁଥିଲେ...
ଝାଳ ଦୁର୍ଗନ୍ଧରୁ ରକ୍ଷା ପାଇବାକୁ ଚାହୁଥିଲେ...
admin
Jun 6, 2019 - 10:50
Updated: Jun 6, 2019 - 10:50
ଆମ ଭାରତ ଏକ ଗ୍ରୀଷ୍ମପ୍ରଧାନ ଦେଶ । ବର୍ଷର ଅଧିକାଂଶ ସମୟରେ ପ୍ରବଳ ଗରମ ଅନୁଭୂତ ହେବା ସହ ଝାଳ ବୋହିବା ଏକ ସାଧାରଣ କଥା । ଝାଳ ଦୁର୍ଗନ୍ଧରୁ ରକ୍ଷା ପାଇବା ନିମେନ୍ତେ ଲୋକେ ଏବେ ବିଭିନ୍ନ ନାମୀ କମ୍ପାନୀରେ ଡିଓଡ୍ରାଂଟ ବ୍ୟବହାର କରୁଛନ୍ତି । ଏକ ନିର୍ଦିଷ୍ଟ ସମୟ ପର୍ଯ୍ୟନ୍ତ ତାହା କରେ , ପରେ ପୁଣି ଦୁର୍ଗନ୍ଧ ହୋଇଥାଏ । ଏଥିରୁ ବର୍ତିବାକୁ ଚାହୁଥିଲେ, ପ୍ରାକୃତିକ ଉପାୟରେ ଉପଚାର କରନ୍ତୁ ।
- ଘରେ ଭିନେଗାର ଥିଲେ, ତାହାର ବ୍ୟବହାର କରନ୍ତୁ । ବିଶେଷଜ୍ଞଙ୍କ ମତରେ ଘରୋଇ ଉପଚାର କୌଣସି ପାଶ୍ୱର୍ ପ୍ରତିକ୍ରିୟା ନଥାଏ କିନ୍ତୁ ଅସୁବିଧା ଲାଗିଲେ ବ୍ୟବହାର ବନ୍ଦ କରିଦେବା ଉଚିତ । ତୁଳାରେ ଭିନେଗାର ନେଇ କାଖ ତଳେ ଓ ବେକ ପାଖରେ ଲଗାଇ ଶୁଖିବାକୁ ଦିଅନ୍ତୁ । ନିୟମିତ ଏଇ ଅଭ୍ୟାସ କରିବା ପରେ ଜାଣିପାରିବେ ଯେ ଝାଳ ବୋହିବା ଅପେକ୍ଷାକୃତ କମ ହୋଇଛି ।
- ସତେଜ ଲେମ୍ବୁ କାଟି ତାହାକୁ କାଖ ତଳେ ଓ ବେକ ପାଖରେ ଘଷନ୍ତୁ । ୧୦ ମିନିଟ ପରେ ସ୍ନାନ କରନ୍ତୁ । ଗୋଟିଏ ମାସ ଏଭଳି କରିବା ପରେ ଫରକ ଜାଣିପାରିବେ ।
- ଟମାଟୋ ରସ ପିଇବା ସହ ଟମାଟୋ ରସକୁ ଗାଧୋଇବା ପାଣିରେ ବ୍ୟବହାର କରି ସ୍ନାନ କରନ୍ତୁ । ଏହା ମଧ୍ୟ ଝାଳ ବୋହିବା ସମସ୍ୟାରୁ ରକ୍ଷା କରେ ।
- କାଖ ତଳେ ବେସନ-ଲେମ୍ବୁ ପ୍ୟାକ ଲଗାଇ ୨୦ ମିନିଟ ପରେ ସ୍ନାନ କରନ୍ତୁ ।ଏହା ମଧ୍ୟ ଏକ ଉତମ ଉପଚାର ।