ଦୁଃଖ ପ୍ରକାଶ କଲେ ବିଧାୟକ
ଦୁଃଖ ପ୍ରକାଶ କଲେ ବିଧାୟକ
admin
Jun 6, 2019 - 10:34
Updated: Jun 6, 2019 - 10:34
ଭୁବନେଶ୍ୱର: ପାଟଣାଗଡ଼ ବିଧାୟକ ସରୋଜ ମେହେର ନିଜର ଦବଙ୍ଗଗିରି ପ୍ରସଙ୍ଗକୁ ନେଇ ଦୁଃଖ ପ୍ରକାଶ କରଛନ୍ତି । ବିଧାୟକ କହିଛନ୍ତି ଯେ, ପରିସ୍ଥିତି ଦେଖି ଏମିତି କହିଥିବା ଓ ଘଟଣାକୁ ନେଇ ମୁଁ ଦୁଃଖିତ । ରାସ୍ତା ନିମ୍ନମାନର ଥିବା ଲୋକ ଅଭିଯୋଗ କରିଥିଲେ । ଯେହେତୁ ମୁଁ ଲୋକ ପ୍ରତିନିଧି,ଲୋକଙ୍କ କଥା ଶୁଣିବାକୁ ପଡ଼ିବ । ଅଭିଯୋଗ ପାଇ ମୁଁ ଘଟଣାସ୍ଥଳକୁ ଯାଇଥିଲି । ଜେଇ ବି ସେଠାରେ ଉପସ୍ଥିତ ଥିଲେ । ଲୋକେ ଜେଇଙ୍କ ଉପରେ ଘଟଣାସ୍ଥଳରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କଲେ । ସେଠାରେ ପରିସ୍ଥିତି ଏମିତି ହେଲା ଯେ, ମୋ ଆୟତ୍ତ ବାହାରକୁ ଚାଲିଗଲା । କାର୍ଯ୍ୟାନୁଷ୍ଠାନ ଦାବି ନେଇ ମୋ ଉପରେ ଆକ୍ରମଣ ପରିସ୍ଥିତି ଥିଲା । ପରିସ୍ଥିତି ଦେଖି ଜେଇଙ୍କୁ ଉଠ ବସ କରାଇଲି ବୋଲି ଶ୍ରୀ ମେହେର କହିଛନ୍ତି ।
ପ୍ରକାଶ ଯେ , ନବନିର୍ବାଚିତ ବିଜେଡ଼ି ବିଧାୟକ ସରୋଜ ମେହେର ଏକ ରାସ୍ତା ପରିଦର୍ଶନ କରିବାକୁ ଯାଇଥିଲେ । ସେଠାରେ ନିମ୍ନମାନର କାର୍ଯ୍ୟ ହୋଇଥିବା ସେ ଦେଖିବାକୁ ପାଇଥିଲେ । ଫଳରେ ବିଧାୟକ ଶ୍ରୀ ମେହେର ଖପ୍ପା ହୋଇ କାର୍ଯ୍ୟ ଦାୟିତ୍ୱରେ ଥିବା ସଂପୃକ୍ତ ଇଞ୍ଜିନିୟରଙ୍କୁ ଡକାଇଥିଲେ । ସେ ଇଞ୍ଜିନିୟରଙ୍କୁ ଗାଳି ଦେବା ସହ ବସ ଉଠ କରାଇଥିଲେ । ବସଉଠ ନହେଲେ ଲୋକେ ମାରିବେ ବୋଲି କହିଥିଲେ । ତେବେ ବିଧାୟକଙ୍କ ଏଭଳି ଦବଙ୍ଗଗିରିକୁ ସେଠାରେ ଉପସ୍ଥିତ ଥିବା କେହି ଜଣେ ଭିଡ଼ିଓ କରିଦେଇଥିଲେ । ଯାହା ଏବେ ଭାଇରାଲ ହେବାରେ ଲାଗିଛି । ଜଣେ ସରକାରୀ ଅଧିକାରୀଙ୍କ ପ୍ରତି ସର୍ବସମ୍ମୁଖରେ ଏଭଳି ବ୍ୟବହାରକୁ କିନ୍ତୁ ଅନେକ ଗ୍ରହଣ କରିପାରିନାହାନ୍ତି ।