ବିବାଦରେ ଯୋଗୀ

ବିବାଦରେ ଯୋଗୀ

ବିବାଦରେ ଯୋଗୀ
ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ରାଜ୍ୟ ବିଧାନସଭାରେ ସିଏଏ ହିଂସା ସଂକ୍ରାନ୍ତରେ ଏକ ବିବାଦୀୟ ବୟାନ ରଖିଛନ୍ତି । ଯୋଗୀ କହିଥିଲେ ଯେ, ଉତ୍ତରପ୍ରଦେଶରେ ପୁଲିସ ଗୁଳିରେ ଜଣଙ୍କର ବି ମୃତ୍ୟୁ ହୋଇନାହିଁ । ଯଦି ଜଣେ ମରିବାର ଇଚ୍ଛା ରଖି ଆସିବ ତେବେ ସେ କେମିତି ବଞ୍ଚିପାରିବ । ଯଦି ଜଣେ ଲୋକଙ୍କୁ ଗୁଳି କରିବାର ଇଚ୍ଛା ରଖି ରାସ୍ତାକୁ ଆସିବ ତେବେ ସେ ମରିବ ବୋଲି ଯୋଗୀ କହିଥିଲେ । ଦଙ୍ଗାକାରୀଙ୍କ ଗୁଳିରେ ୟୁପିରେ ୨୦ ଜଣଙ୍କର ମୃତ୍ୟୁ ହୋଇଥିବା ଯୋଗୀ କହିଛନ୍ତି । ଯୋଗୀଙ୍କର ଏହି ‘ମୃତ୍ୟୁ ଇଚ୍ଛା’ ଟିପ୍ପଣୀକୁ ନେଇ ବିବାଦ ହୋଇଛି ।