ମାରାତ୍ମକ ହେଉଛି କରୋନା ଭାଇରସ୍, ମୃତ୍ୟୁ ସଂଖ୍ୟା ୨୧୨୦, ଆକ୍ରାନ୍ତ ସଂଖ୍ୟା ୭୬ ହଜାର ୨୬୨

ମାରାତ୍ମକ ହେଉଛି କରୋନା ଭାଇରସ୍, ମୃତ୍ୟୁ ସଂଖ୍ୟା ୨୧୨୦, ଆକ୍ରାନ୍ତ ସଂଖ୍ୟା ୭୬ ହଜାର ୨୬୨

ମାରାତ୍ମକ ହେଉଛି କରୋନା ଭାଇରସ୍, ମୃତ୍ୟୁ ସଂଖ୍ୟା ୨୧୨୦, ଆକ୍ରାନ୍ତ ସଂଖ୍ୟା ୭୬ ହଜାର ୨୬୨
ଚୀନରୁ ବିଶ୍ୱର ୨୯ଟି ଦେଶକୁ ବ୍ୟାପିଥିବା କରୋନା ଭାଇସରରେ ମୃତ୍ୟୁ ସଂଖ୍ୟା ୨୧୨୦ରେ ପହଞ୍ଚିଛି । ଏହି ମାରାତ୍ମକ ଭାଇରସ ଯୋଗୁଁ ୭୬ ହଜାର ୨୬୨ ଜଣ ଲୋକ ଆକ୍ରାନ୍ତ ଥିବା ଜଣାପଡ଼ିଛି । ହୁବେଇ ସ୍ୱାସ୍ଥ୍ୟ କମିଶନ କହିଛନ୍ତି, ବୁଧବାର ରାଜ୍ୟରେ କରୋନା ଭାଇରସ ଯୋଗୁଁ ୧୦୮ ଜଣଙ୍କର ମୃତ୍ୟୁ ହୋଇଛି । ଆରମ୍ଭରୁ ଏଯାଏଁ ରାଜ୍ୟରେ କରୋନା ଭାଇରସରେ ୨ ହଜାର ୨୯ ଜଣଙ୍କ ମୃତ୍ୟୁ ହୋଇଛି । ଚୀନରେ ମୋଟ ୨ ହଜାର ୧୧୨ ଜଣଙ୍କ ମୃତ୍ୟୁ ହୋଇଛି । ସମଗ୍ର ବିଶ୍ୱରେ କରୋନା ଭାଇରସ ଯୋଗୁଁ ୨ ହଜାର ୧୨୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କେବଳ ଚୀନରେ ମୃତକଙ୍କ ସଂଖ୍ୟା ହେଉଛି ୨ ହଜାର ୧୧୨ । ଏଥିରୁ ଉହାନ ସହରରେ ସର୍ବାଧିକ ବୋଲି ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ହଂଗକଂଗ ଓ ଇରାନରେ ୨ ଜଣ ଲେଖାଏଁ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ, ତାଇୱାନ, ଜାପାନ, ଫିଲିପାଇନ୍ସ ଏବଂ ଫ୍ରାନ୍ସରେ ଜଣେ ଲେଖାଏଁ ଲୋକଙ୍କ ମୃତ୍ୟୁ ହୋଇଛି । ବିଶ୍ୱର ପ୍ରାୟ ୨୯ଟି ଦେଶ ସୁନିଶ୍ଚିତ କରିଛନ୍ତି ଯେ, ବର୍ତ୍ତମାନ ସମୟରେ ସେମାନେ ଚୀନ ସହିତ ବାଣିଜ୍ୟିକ ଓ ଅନ୍ୟାନ୍ୟ ଯାତ୍ରା ସଂପର୍କ ରଖିବେ ନାହିଁ । ଚୀନରେ କରୋନା ଭାଇରସର ପ୍ରଭାବ ଜାରି ରହିଛି । ମାତ୍ର ଭାଇରସ ଯୋଗୁଁ ଚୀନରେ ଫସିଥିବା ଭାରତୀୟଙ୍କୁ ଆଣିବା ପାଇଁ ଭାରତୀୟ ବାୟୁସେନା ତତ୍ପରତା ଦେଖାଇଛି । ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ଗୁରୁବାର ଚୀନର ଉହାନ ଅଭିମୁଖେ ଯିବ ।