କଂଗ୍ରେସରେ ମିଶିବେ ଅଶ୍ବିନୀ ପୂଜାହାରୀ

କଂଗ୍ରେସରେ ମିଶିବେ ଅଶ୍ବିନୀ ପୂଜାହାରୀ

କଂଗ୍ରେସରେ ମିଶିବେ ଅଶ୍ବିନୀ ପୂଜାହାରୀ
ଭୁବନେଶ୍ବର: କଂଗ୍ରେସରେ ଯୋଗଦେବେ ଭୀମସାରର ପୂର୍ବତନ ନିର୍ଦ୍ଦେଶକ ଅଶ୍ବିନୀ ପୂଜାହାରୀ। ଆଜି କଂଗ୍ରେସ ଭବନ ମିଶ୍ରଣ ପର୍ବରେ ସେ ବିଧିବଦ୍ଧ ଭାବେ କଂଗ୍ରେସରେ ଯୋଗଦେବେ । କଂଗ୍ରେସର ରାଜ୍ୟ ଅସ୍ଥାୟୀ ପ୍ରଭାରୀ ଟି.ଏସ୍ ସିଂହଦେଓ ଏବଂ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଅଶ୍ବିନୀ ପୂଜାହାରୀ ଦଳରେ ଯୋଗଦେବେ । ସମ୍ବଲପୁର ଜିଲ୍ଲାର କୌଣସି ଏକ ଆସନରୁ ସେ ନିର୍ବାଚନ ଲଢିବାର ସମ୍ଭାବନା ରହିଛି। ଚାକିରିରୁ ଇସ୍ତଫା ଦେବା ପରେ ପୂଜାହାରୀ ରାଜନୀତିରେ ଯୋଗଦେବେ ବୋଲି ସାଧାରଣରେ ଚର୍ଚ୍ଚା ହେଉଥିଲା । କିନ୍ତୁ ସେ କେଉଁ ଦଳକୁ ଯିବେ ତାହା ସେ ସ୍ଥିର କରିନଥିଲେ । ଶେଷରେ ସେ କଂଗ୍ରେସରେ ଯୋଗଦେବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ପ୍ରକାଶ ଯେ, ଡାକ୍ତର ପୂଜାହାରୀ ନିର୍ଦ୍ଧେଶକ ଥିବାବେଳେ ଭିମସାରରେ ବହୁ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରି ଲୋକଲୋଚନକୁ ଆସିଥିଲେ । ତାଙ୍କ ନାମରେ ଲୁଣ ଚିକିତ୍ସା ଅଭିଯୋଗ ଉଠିବା ପରେ ସରକାର ତାଙ୍କୁ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଛୁଟିରେ ରହିବାକୁ ନିର୍ଦ୍ଧେଶ ଦେଇଥିଲେ । ଏହାର ଅଳ୍ପ କିଛି ଦିନ ପରେ ଡାକ୍ତର ପୂଜାହାରୀ ନିଜ ତରଫରୁ ଚାକିରିରୁ ଇସ୍ତଫା ଦେଇଥିଲେ ।