ଧାରା ୩୭୦ ଉଚ୍ଛେଦ ନେଇ ପ୍ରଚାର କରିବ ବିଜେପି

ଧାରା ୩୭୦ ଉଚ୍ଛେଦ ନେଇ ପ୍ରଚାର କରିବ ବିଜେପି

ଧାରା ୩୭୦ ଉଚ୍ଛେଦ ନେଇ ପ୍ରଚାର କରିବ ବିଜେପି
ଭୁବନେଶ୍ୱର : ମୋଦି ସରକାର ଧାରା ୩୭୦ ଉଚ୍ଛେଦ ଭଳି ଏକ ସାହସିକ ପଦକ୍ଷେପ ଗ୍ରହଣ କରିଥିବାବେଳେ ଦେଶବ୍ୟାପୀ ଏଥିପ୍ରତି ସମର୍ଥନ ମିଳୁଥିବା ଦେଖିବାକୁ ମିଳିଛି । କିନ୍ତୁ କଂଗ୍ରେସ ସମେତ କେତେକ ବିରୋଧୀ ଦଳ ଏହାକୁ ନେଇ ବିଜେପିକୁ ସମାଲୋଚନା ଜାରି ରଖିଛନ୍ତି । ଯଦିଓ କଂଗ୍ରେସର କେତେକ ନେତା ମୋଦି ସରକାରଙ୍କ ପଦକ୍ଷେପକୁ ସମର୍ଥନ କରିଛନ୍ତି, ତଥାପିବି ସାମଗ୍ରୀକ ଭାବେ ଦଳ ଏହାକୁ ବିରୋଧ କରିବା ପାଇଁ ନିଷ୍ପତି ନେଇଛି । ଏନେଇ ବିଭିନ୍ନ ଫୋରମରେ କଂଗ୍ରେସ ଓ ପିଡ଼ିପି, ନାସନାଲ କନଫେରେନ୍ସ ଭଳି ଦଳଗୁଡ଼ିକ ବିଜେପିକୁ ସମାଲୋଚନା କରୁଥିବାବେଳେ ଅପରପକ୍ଷରେ ଏ ସଂକ୍ରାନ୍ତରେ ପ୍ରଚାର କରିବା ପାଇଁ ବିଜେପି ଯୋଜନା କରିଛି । ବିଜେପି ଅଧ୍ୟକ୍ଷ ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ÷ଅମିତ ଶାହା ଏସଂକ୍ରାନ୍ତରେ ସବୁ ରାଜ୍ୟର ବିଜେପି ଶାଖାଗୁଡ଼ିକୁ ନିଦେ୍ର୍ଧଶ ଦେଇଛନ୍ତି । ପ୍ରତି ରାଜ୍ୟର ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଏନେଇ ସାମ୍ବାଦିକ ସମ୍ମିଳନୀ କରିବାକୁ ନିଦେ୍ର୍ଧଶ ଦିଆଯାଇଛି । ଦୁଇ ତିନି ଦିନ ମଧ୍ୟରେ ଏନେଇ ସାମ୍ବାଦିକ ସମ୍ମିଳନୀ କରିବା ସହ ସାରା ଦେଶରେ ଧାରା ୩୭୦ ଉଚ୍ଛେଦର ଆବଶ୍ୟକତା ସମ୍ପର୍କରେ ବ୍ୟାପକ ପ୍ରଚାର ପ୍ରସାର କରିବା ଉପରେ ବିଜେପି ଗୁରୁତ୍ୱାରୋପ କରିଛି ।