ବିଧାନସଭାରେ ଉଠିବ ମହାନଦୀ ପ୍ରସଙ୍ଗ: ତାରା

ବିଧାନସଭାରେ ଉଠିବ ମହାନଦୀ ପ୍ରସଙ୍ଗ: ତାରା

ବିଧାନସଭାରେ ଉଠିବ ମହାନଦୀ ପ୍ରସଙ୍ଗ: ତାରା
ଭୁବନେଶ୍ୱର: ବିଧାନସଭାରେ ମହାନଦୀ ଜଳ ବିବାଦ ପ୍ରସଙ୍ଗ ଉଠାଯିବ ବୋଲି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି । ସେ କହିଛନ୍ତି ଯେ, ଉଭୟ ବିଜେପି ଓ ବିଜେଡି ରାଜ୍ୟର ସ୍ୱାର୍ଥ ନଦେଖି କେବଳ ରାଜନୀତି କରୁଛନ୍ତି । ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରନ୍ତୁ । କଂଗ୍ରେସ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଆସିବାର ବ୍ୟବସ୍ଥା କରିବ ବୋଲି ତାରା କହିଛନ୍ତି । ପ୍ରକାଶ ଯେ, ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କିଛି ସମୟ ପୂର୍ବରୁ ଆଜି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଥିଲେ ଯେ, ମହାନଦୀ ପାଇଁ ଗଠିତ ଟ୍ରିବୁ୍ୟନାଲର ଅବଧି ଆଉ ୨ ମାସ ରହିଛି । କେନ୍ଦ୍ର ସରକାର ଚାହିଁଲେ ଟ୍ରିବୁ୍ୟନାଲର ଅବଧି ଆଉ ୨ ବର୍ଷ ବଢାଇ ପରିବେ । କିନ୍ତୁ ବଢାଇବେ କି ନାହିଁ ସେ ନେଇ କିଏ କହିବ ବୋଲି ବିଜୟ ମହାପାତ୍ର କହିଛନ୍ତି । ସେହିପରି ଟ୍ରିବୁ୍ୟନାଲରେ କଣ ହେଉଛି କେହି ଜାଣିପାରୁନାହାନ୍ତି । ସନେ୍ଦହ ହେଉଛି ରାଜ୍ୟ ସରକାର ଲଢେଇ ଓ ସତ୍ୟ ଉପସ୍ଥାପନ କରିପାରୁନାହାନ୍ତି । କିଛି ଦିନ ତଳେ ସ୍ୱର ଉତ୍ତୋଳନ କରୁଥିବା ସରକାରୀ ଓ ବିରୋଧୀ ଚୁପ କାହିଁକି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଥିଲେ । ଏହାଛଡ଼ା ହୀରାକୁଦ ତଳମୁଣ୍ଡ ପାଇଁ ଘୋଷଣା ହୋଇଥିବା ୬ ପ୍ରକଳ୍ପ ଗଲା କୁଆଡେ଼ ବୋଲି ସେ ପ୍ରଶ୍ନ କରିଛନ୍ତି । ଇବ ପ୍ରକଳ୍ପ ପରି ମହାନଦୀର ଉପର ମୁଣ୍ଡ ଉପନଦୀରେ ୧୨ଟି ପ୍ରକଳ୍ପ ହୋଇପାରୁଛି । ସଂସଦରେ ପ୍ରସଙ୍ଗ ଉଠାଇବା ଜରୁରୀ । ସାଧାରଣ ଲୋକଙ୍କୁ ଅବଗତ କରାନ୍ତୁ । ଏବେ ଠାରୁ ମହାନଦୀ ଓ ଶାଖାନଦୀ ଶୁଖିଗଲାଣି । ଆଗକୁ ଭୟାନକ ହେବ ବୋଲି ବିଜୟ ମହାପାତ୍ର